ଛାତ୍ରଛାତ୍ରୀ ମାନଙ୍କୁ ମିଳିଲା ୩ ମାସ ମଧ୍ୟାହ୍ନ ଭୋଜନ ଚାଉଳ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍‌) : କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଥିବା ବେଳେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି । ଏନେଇ ଆଜି ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅଭିଭାବକ ମାନଙ୍କ ଭିଡ ଦେଖାଯାଇଛି । ନିଳୋକ ପଞ୍ଚାୟତ ଅଧିନ ହରିହର ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ଅଭିଭାବକ ମାନେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହୋଇ ଟୋକନ୍ ଆଣିଥିଲେ । ଏହି ବିଦ୍ୟାଳୟରେ ମୋଟ ୧୫୦ ଜଣ ପିଲାଙ୍କୁ ଟୋକନ୍ ଦିଆଯିବ ବୋଲି ଜଣାଯାଇଛି । ୧ମରୁ ୫ମ ଶ୍ରେଣୀର ପ୍ରତି ପିଲାଙ୍କୁ ୩ ମାସର ୯ କିଗ୍ରା ଏବଂ ୬ଷ୍ଠରୁ ୮ମ ଶ୍ରେଣୀର ପ୍ରତି ପିଲାଙ୍କୁ ୧୩ କିଗ୍ରା ୫୦୦ଗ୍ରାମ ଚାଉଳ ଟୋକନ୍ ଦିଆଯାଉଛି । ଟୋକନ୍ ବଣ୍ଟନ କାର୍ଯ୍ୟରେ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ, ନିରାକର ଜେନା, ରତିକାନ୍ତ ନାୟକ, ସୁରେନ୍ଦ୍ର ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ଅଭିରାମ ଜେନା ନିୟୋଜିତ ଅଛନ୍ତି । ସେହିପରି ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୨୨୦ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଟୋକନ୍ ଦିଆଯିବ ବୋଲି ଜଣାଯାଇଛି । ଏହି ବିଦ୍ୟାଳୟ ପକ୍ଷରୁ ଆଜି କରୋନା ସତର୍କତା ଅବଲମ୍ବନ କରାଯାଇଥିଲା । ଅଭିଭାବକ ମାନଙ୍କୁ ସାନିଟାଇଜରରେ ହାତ ଧୋଇବା ପାଇଁ ଦିଆଯାଇ ପରେ ସେମାନଙ୍କୁ ଟୋକନ୍ ଦିଆଯାଉଥିଲା । ଏଠାରେ ୬ଷ୍ଠରୁ ୮ମ ଶ୍ରେଣୀର ପ୍ରତି ପିଲାଙ୍କ ପାଇଁ ୩ ମାସର ୧୩ କିଗ୍ରା ୫୦୦ ଗ୍ରାମ ଚାଉଳ ଟୋକନ୍ ଦିଆଯାଉଥିଲା । ଟୋକନ୍ ବଣ୍ଟନ କାର୍ଯ୍ୟରେ ଭାରାପ୍ରାପ୍ତ ଅଧ୍ୟକ୍ଷ ମନରଞ୍ଜନ ବଳ, ଶିକ୍ଷକ ରତିକାନ୍ତ ପଣ୍ଡା, ବାସୁଦେବ ପହି, ଶିକ୍ଷାକର୍ମଚାରୀ ସତ୍ୟପ୍ରିୟ ସୁଶୀଲ ନାୟକ, ଦୀଲିପ ମହାନ୍ତି, ଦୀପକ ମୁଖୀ ପ୍ରମୁଖ ନିୟୋଜିତ ଥିଲେ । ଟୋକନ୍ ନେଉଥିବା ଅଭିଭାବକ ମାନେ ସଂପୃକ୍ତ ଅଞ୍ଚଳର ରିଟେଲରଙ୍କ ଠାରୁ ଚାଉଳ ସଂଗ୍ରହ କରିବେ ବୋଲି ବିଦ୍ୟାଳୟ ପକ୍ଷରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ