୬ଟି ନିରାମିଷ ଖାଦ୍ୟ ବାସ୍ତବରେ ଆମିଷ

ମେନଚାଓ ସୁପ୍ : ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମ ପାଖରେ ସୁପ୍ ପାଇଁ ଦୁଇଟି ବିକଳ୍ପ ଥାଏ । ଗୋଟିଏ ଭେଜ ସୁପ ଓ ଆଉ ଗୋଟିଏ ନନଭେଜ ସୁପ । ଯଦି ଆପଣଙ୍କୁ କୁହାଯିବ ଯେ ବାସ୍ତବରେ ଆପଣ ଯେଉଁ ଭେଜ ସୁପ ପିଉଛନ୍ତି ତାହା ପୂର୍ଣ୍ଣ ମାତ୍ରାରେ ଭେଜ୍ ନୁହେଁ, ତାହା ହେଲେ ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ମେନଚାଓ ଚୁପ ହେଉଛି ଚୀନର ଏକ ପ୍ରକାର ଭେଜ୍ସୁପ । ଆପଣମାନେ ପ୍ରାୟ ସମସ୍ତେ ରେଷ୍ଟୁରାଣ୍ଟକୁ ଗଲେ ଏହି ସୁପର ମଜା ନେଇଥିବେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ମେନଚାଓ ସୁପରେ ମାଛରୁ ପ୍ରସ୍ତୁତ ଏକ ସସ୍ ପକାଯାଏ । ଏହାକୁ କୁହାଯାଏ ଟମ୍ ୟସ ସସ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ସସର ବ୍ୟବହାର କରନ୍ତି । ତେବେ ସୁପ ଖାଇବା ପୂର୍ବରୁ ଯାଞ୍ଚ କରି ନେଲେ ଭଲ ।
ନାନ୍:ଜୈନ ଧର୍ମାବଲମ୍ବୀ ମାନେ ମଧ୍ୟ ନାନ ଖାଆନ୍ତି । କାରଣ ସେମାନେ ଭାବନ୍ତି ଯେ ଏହା ସମ୍ପୂର୍ଣ୍ଣ ନିରାମିଷ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ରେଷ୍ଟୁରାଣ୍ଟରେ ନାନ୍ର ଅଟାକୁ ଚକଟିବାବେଳେ ସେଥିରେ ଅଣ୍ଡା ମିଶାଇଥାଆନ୍ତି । ଅଣ୍ଡା ମିଶାଇବା ଦ୍ୱାରା ତାହା ନରମ ରହେ ।
ଧଳାଚିନି : ଏହାର ବହୁଳ ବ୍ୟବହାର ହୋଇଥାଏ । ଚା’ଠାରୁ ଆରମ୍ଭ କରି ଜଳଖିଆ ଓ ବିଭିନ୍ନ ପ୍ରକାର ମିଠା ଜିନିଷ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ଯଦି ଆପଣଙ୍କୁ କୁହାଯାଏ ଧଳା ଚିନି ମଧ୍ୟ ନନ୍ଭେଜ, ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ଆପଣ କହିବେ ମିଛ । କିନ୍ତୁ ଏହା ମିଛ ନୁହେଁ । ଚିନିକୁ ବ୍ଳିଚ୍ କରିବା ପାଇଁ ନାଚୁରାଲ କାର୍ବନ ବ୍ୟବହାର କରାଯାଏ । ନାଚୁରାଲ କାର୍ବନ ହେଉଛି ପଶୁମାନଙ୍କର ଜଳି ଯାଇଥିବା ହାଡ଼ । ଅଧିକାଂଶ କମ୍ପାନୀ ଗ୍ରାନୁଲାର କାର୍ବନ ବ୍ୟବହାର କରିଥାଆନ୍ତି । କାରଣ ଏଥିରେ ପଶୁଙ୍କ ହାଡ ନଥାଏ । ତେଣୁ ମାଟିଆ ରଙ୍ଗର ଚିନି ବା ବ୍ରାଉନ କଲର ସୁଗାର ବ୍ୟବହାର କରନ୍ତୁ ।
ହାର୍ଟ ଫ୍ରେଣ୍ଡଲି ଅଏଲ : ଅନେକ ସମୟରେ ଆମକୁ ହାର୍ଟ ଫ୍ରେଣ୍ଡଲି ଅଏଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଏହି ତେଲ କୋଲେଷ୍ଟ୍ରରଲ ସ୍ତରକୁ ନିୟନ୍ତ୍ରଣ କରେ । କିନ୍ତୁ ଜାଣିଛନ୍ତି ଏଗୁଡିକ ଭେଜ୍ ନୁହେଁ । ଅଧିକାଂଶ ହାର୍ଟ ଫ୍ରେଣ୍ଡଲି ଅଏଲରେ ଓମେଗା-୩ ଏସିଡ ରହିଛି ଏହାକୁ ମାଛ ତେଲରୁ ବାହାର କରାଯାଏ । ଆପଣମାନେ ଶୁଣିଥିବେ ଏହି ପ୍ରକାର ତେଲରେ ଭିଟାମିନ ଡି’ ମଧ୍ୟ ରହିଛି । ଏହି ଭିଟାମିନ୍ ମେଣ୍ଢାଠାରୁ ଆସିଥାଏ । ତେଣୁ ଏବେଠାରୁ ତେଲ କିଣିବା ବେଳେ ସେଥିରେ ମିଶିଥିବା ଉପାଦାନଗୁଡିକ ସମ୍ପର୍କରେ ଜାଣି ନିଅନ୍ତୁ ।
ସାଲାଡ ଡ୍ରେସିଂ:ଯେତେବେଳେ ଶାକାହାରୀମାନେ ବିଦେଶ ଗସ୍ତରେ ଯାଆନ୍ତି ଖାଇବା ପାଇଁ ହଇରାଣ ହୁଅନ୍ତି । କାରଣ ବିଦେଶରେ ପୂର୍ଣ୍ଣ ନିରାମିଷ ଖାଦ୍ୟ ମିଳିବା ବଡ଼ କଷ୍ଟ । ତେଣୁ ସେମାନେ ବିଶେଷ କରି ସାଲାଡ ଉପରେ ନିର୍ଭର କରନ୍ତି । କିନ୍ତୁ ସାଲାଡକୁ ଡ୍ରେସିଂ କରିବାକୁ ବ୍ୟବହାର କରାଯାଉଥିବା ଜିନିଷ ନିରାମିଷ ହୋଇନଥାଏ । ସାଲାଡରେ ବ୍ୟବହୃତ ସସ୍ରେ ଅଣ୍ଡା ପଡିଥାଇପାରେ । ତେଣୁ ଶାକାହାରୀ ବ୍ୟକ୍ତିମାନେ ବିଦେଶରେ ହୋଟେଲରେ ସାଲାଡ ଅର୍ଡର ଦେବା ବେଳେ ସେଥିରେ ପଡୁଥିବା ଉପାଦାନଗୁଡିକ ବିଷୟରେ ଭଲ ଭାବେ ପଚାରି ବୁଝି ନିଅନ୍ତୁ ।
ବିଅର: ବିଅରରେ କ’ଣ ସବୁ ମିଶିଛି ଜାଣିବା ପରେ ହୁଏତ ଅନେକ ଏହାକୁ ପିଇବା ଛାଡି ଦେଇପାରନ୍ତି । ବିଅରରେ ରଙ୍ଗକୁ ଭଲ କରିବାକୁ ଅନେକ କମ୍ପାନୀ ମାଛର ମୂତ୍ରାଶୟକୁ ବ୍ୟବହାର କରିିଥାନ୍ତି । ଆପଣ ବିଅରର ରଙ୍ଗକୁ ଭାରି ଭଲପାଉଥାଇପାରନ୍ତି ।


