ଅନ୍ଧାରରେ କ୍ୟାବ ଡ଼୍ରାଇଭରଙ୍କ ଭବିଷ୍ୟତ
ଭୁବନେଶ୍ୱର( ବ୍ୟୁରୋ) ସଂପ୍ରତି କରୋନା ସାରା ପୃଥିବୀରେ ନିଜ କାୟା ମେଲାଇ ଅନେକ ଧନ ଜୀବନ ନଷ୍ଟ କରିଛି ।ଏହାକୁ ନିୟନ୍ତ୍ରଣ କରିବାକୁ ମୋଦୀ ସରକାର ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଓଡ଼ିଶାରେ ଥିବା ଶହଶହ କ୍ୟାବ ଡ଼୍ରାଇଭରଙ୍କ ପାଇଁ ଏହି ଲକ ଡ଼ାଉନ ଅଭିଶାପ ସଦୃଶ ଉଭା ହୋଇଛି । ଗାଡ଼ିଚଳାଚଳ ବନ୍ଦ ରହିଥିବାରୁ ମାଲିକ ମାନେ ସେମାନଙ୍କୁ ଦରମା ଦେବେନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ।ଏହି ଡ଼୍ରାଇଭରଙ୍କ ଉପରେ ସେମାନଙ୍କ ପରିବାର ନିର୍ଭର କରି ଚଳୁଥିବାରୁ ସେମାନଙ୍କ ଚଳିବା ଅତି କଷ୍ଟକର ହୋଇପଡ଼ିଛି । ସରକାର ଗାଡ଼ିମାଲିକମାନଙ୍କ ଇ ଏମ ଆଇ ଛାଡ଼ କରିଦେଇଥିବାରୁ ୁ ଏହି କ୍ୟାବ ଡ଼୍ରାଇଭର ମାନେ ଏହାକୁ ସ୍ୱାଗତ କରିଛନ୍ତି ।ଏହା ସହ ଏହି ଡ଼୍ରାଇଭର ମାନେ ଏହି ସମୟ ମଧ୍ୟରେ କିପରି ଚଳିବେ ? କଣ ଖାଇବେ ସେ ନେଇ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଛନ୍ତି ।


