ଆଦାନୀ ପୋର୍ଟ ଏପିଏସ୍ଇଜେଡ଼ରେ ରେକର୍ଡ ପରିମାଣ ୨୦୮

ଆଦାନୀ ଗ୍ରୁପର ଅଂଶବିଶେଷ ତଥା ଭାରତର ସର୍ବବୃହତ ବନ୍ଦର ବିକାଶକାରୀ କମ୍ପାନୀ ଆଦାନୀ ପୋର୍ଟସ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ୍ (ଏପିଏସ୍ଇଜେଡ଼)ପକ୍ଷରୁ ଏହାର ବାର୍ଷିକ ତଥା ୧୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ପ୍ରକାଶ କରାଯାଇଛି । କମ୍ପାନୀର କାର୍ଯ୍ୟକାରୀ ଆୟରେ ବାର୍ଷିକ ଏବଂ ଚତୁର୍ଥ ତ୍ରୟମାସରେ ଯଥାକ୍ରମେ ୨୦% ଅଭିବୃଦ୍ଧି ଘଟିଛି । ଏହାର ବାର୍ଷିକ ପରିମାଣ ଚଳିତ ବର୍ଷ ୮୮୯୭କୋଟି ଥିବାବେଳେ ପୂର୍ବ ବର୍ଷ ଏହି ସମୟରେ ୭୩୯୩ କୋଟି ଟଙ୍କା ଥିଲା । ସଂଗଠିତ ଏବିଟଡ଼ା ଚଳିତ ବର୍ଷ ୯୦୯କୋଟି ଟଙ୍କା ଥିବାବେଳେ ପୂର୍ବବର୍ଷ ଏହି ସମୟରେ ୬୦୫୩ କୋଟି ଟଙ୍କା ଥିଲା । ଏବିଟଡ଼ା ମାରଜିନ ବୃଦ୍ଧି ପାଇ ୬୫% ହୋଇଛି । ସେହିପରି ଟିକସ ପରବର୍ତୀ ଲାଭ ୯% ବୃଦ୍ଧି ପାଇ ୪୦୦୬ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ଏହା ୩୨୩ କୋଟି ଟଙ୍କା ଥିଲା । ତୁର୍ଥ ତ୍ରୟମାସରେ କାର୍ଗୋ ରାଜସ୍ୱ ପରିମାଣରେ ୨୨% ବୃଦ୍ଧି ହୋଇଛି । ରାଜସ୍ୱ ଚତୁର୍ଥ ତ୍ରୟମାସରେ ୨୩୮୩ କୋଟି ଟଙ୍କା ଥିବାବେଳେ ଗତ ବର୍ଷ ଏହା ୧୯୪୭ କୋଟି ଟଙ୍କା ଥିଲା । ଟିକସ ବାଦଦେଇ ରାଜସ୍ୱ ପରିମାଣ ୧,୨୯୬ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୧,୭୫୧ କୋଟି ଟଙ୍କା ଥିଲା । ସଂଗଠିତ ଏବିଟଡ଼ା ଚତୁର୍ଥ ତ୍ରୟମାସରେ ୧୨୧କୋଟି ଟଙ୍କା ବୃଦ୍ଧି ଘଟି ଏହା୧୪୯୨ କୋଟି ଟଙ୍କା ହୋଇଛି । ଏବିଟଡ଼ା ମାରଜିନ ବୃଦ୍ଧି ପାଇ ୬୩% ହୋଇଛି । ସେହିପରି ଟିକସ ପରବର୍ତୀ ଲାଭ ୩୯% ବୃଦ୍ଧି ପାଇ ୧୩୦୦ କୋଟି ଟଙ୍କା ହୋଇଛି । ଟିକସ ପୂର୍ବବର୍ତୀ ଲାଭ ୧୯% ବୃଦ୍ଧି ପାଇ ୧୫୮୩ କୋଟି ଟଙ୍କା ହୋଇଛି । ଏହି ଅବସରରେ ଏପିଏସ୍ଇଜେଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କରନ ଆଦାନୀ କହିଛନ୍ତି ଯେ, “ଏହି ସମୟରେ ଉଚ୍ଚ ମୂଲ୍ୟର ସାମଗ୍ରୀ ଆମକୁ ଏହି ସଫଳତା ଉପଲବ୍ଧ କରାଇଛି । କାର୍ଗୋରେ ଏହି ସମୟରେ ରେକର୍ଡ ପରିମାଣ ୨୦୦ଏମଏମଟିର ଅଧିକସଫଳତା ହାସଲ ହୋଇଛି । ଆଗାମୀ ଦିନରେ ଏହାକୁ ୨୦୦ଏମଏମଟିରେ ପହଚାଂଇବା ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ସମ୍ପ୍ରତି ମ୍ୟାନ୍ମାର୍ ୟାଙ୍ଗୁନ୍ ବନ୍ଦର ସହିତ ଆମେ ୫୦ ବର୍ଷ ପାଇଁ ବୁଝାମଣା ସ୍ୱାକ୍ଷର କରିଛୁ ।” ଏହି ଅବସରରେ ଏପିଏସ୍ଇଜେଡ଼ର ଷ୍ଟାଟେଜି ମୁଖ୍ୟ ଏବଂ ସିଏଫଓ ଦୀପକ ମାହେଶ୍ୱରୀ କହିଛନ୍ତି ଯେ, “ଏହି ସମୟରେ ରେକର୍ଡ କାଗ୍ରୋ କାରବାର କରିବା ସହିତ ଏବିଡିଟାରେ ଉଲ୍ଲେଖନୀୟ ଅଗ୍ରଗତି କରିବାକୁ ସକ୍ଷମ ହୋଇଛୁ । ୨୦୨୦ ବେଳକୁ ଭଲ କାରବାର କରିବାକୁ ଆମେ ସକ୍ଷମ ହେବାର ଆଶା ରହିଛି । ।” ସୂଚନାଯୋଗ୍ୟ, ଆଦାନୀ ପୋର୍ଟସ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ୍ (ଏପିଏସ୍ଇଜେଡ଼) ଗତ ୨୦ ବର୍ଷ ଧରି ଦେଶରେ କାର୍ଯ୍ୟ ଜାରି ରଖିଛି । ଏହା ଗୁଜରାଟର ମୁନ୍ଦ୍ରା, ଦହେଜ୍, କାଣ୍ଡଲା, ହାଜିରା, ଓଡ଼ିଶାର ଧାମରା, ଗୋଆର ମୁର୍ମୁଗୋଆ, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍, ଚେନ୍ନାଇର କାଟ୍ଟୁପଲ୍ଲୀ ଏବଂ ଏନ୍ନୋର ଆଦି ୧୦ଟି ବନ୍ଦରରେ କାର୍ଯ୍ୟ ଜାରି ରଖିଛି । ଏହା ଦେଶର ମୋଟ ବନ୍ଦର କ୍ଷମତାର ୨୪% ହାସଲ କରିପାରିଛି । କେରଳର ଭିଜିଞ୍ଜାମ୍ଠାରେ କମ୍ପାନୀ ପକ୍ଷରୁ ବନ୍ଦର ବିକାଶ କାର୍ଯ୍ୟ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ