ୟୁରୋପରେ ସାମାଜିକ ଦୂରତ୍ୱ ପାଇଁ ରକ୍ଷା ପାଇଛି ୫୯,୦୦୦ ଜୀବନ
ଲଣ୍ଡନ: ଇମ୍ପେରିଆଲ କଲେଜ, ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ନୂଆ ଅଧ୍ୟୟନ ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରିବା ଯୋଗୁଁ ୧୧ଟି ୟୁରୋପୀୟ ରାଷ୍ଟ୍ରରେ ପ୍ରାୟ ୫୯,୦୦୦ ଜୀବନ ରକ୍ଷା ହୋଇଛି । ସଂକ୍ରମଣ ବ୍ୟାପିବାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସମୟରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯେତେ ସଂଖ୍ୟକ ଲୋକ ସଂକ୍ରମଣ ଓ ମୃତ୍ୟୁର ଶିକାର ହୋଇଥିଲେ ତାହାର ବିସ୍ତୃତ ଅଧ୍ୟୟନ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ମୃତ୍ୟୁ ସଂଖ୍ୟା ବଢ଼ିବା ସହ ସାମାଜିକ ଦୂରତ୍ୱ ଓ ସର୍ବାଧିକ ସତର୍କତା ଅବଲମ୍ବନ ଯୋଗୁଁ ପ୍ରା ୫୯,୦୦୦ ଲୋକଙ୍କ ଜୀବନ ରକ୍ଷା ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଅଞ୍ଚଳରେ ତଥ୍ୟ ଅନୁଧ୍ୟାନରୁ ଏହି ଆକଳନ ପ୍ରସ୍ତୁତ ହୋଇଛି ।


