ଶ୍ରୀବଳଦେବଜୀଉ ଟ୍ରଷ୍ଟବୋର୍ଡ ନିର୍ବାହୀ ଅଧିକାରୀଙ୍କୁ ର୍ଦୁବ୍ୟବହାର ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରଥମେ ସାଧାରଣ ଲୋକ, ପରେ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର କରିଥିଲେ ଉପଜିଲ୍ଲାପାଳ ଅରୁଣ ବାବୁ(ନାୟକ)। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀଙ୍କୁ ସେ ଦୁର୍ବ୍ୟବହାର କରିଛନ୍ତି। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି। ଜଣେ ପବ୍ଲିକ ସର୍ଭ୍ୟାଣ୍ଟ ହୋଇ ପବ୍ଲିକ ସର୍ଭିସ କୋଡ଼କୁ ଉଲ୍ଲଘଂନ କରୁଛନ୍ତି। ତେଣୁ ପବ୍ଲିକ ସର୍ଭ୍ୟାଣ୍ଟ ହେବାରୁ ସେ ସମସ୍ତ ଯୋଗ୍ୟତା ହରାଇ ବସିଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀଙ୍କ କହିବା କଥା ହେଲା ସେ ହେଉଛନ୍ତି ପବ୍ଲିକ ସର୍ଭ୍ୟାଣ୍ଟ ଅର୍ଥାତ ଜନତାଙ୍କ ଚାକର। ହେଲେ ସେ ଜନତାଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜନତା ହେଉଛନ୍ତି ପବ୍ଲିକ ସର୍ଭ୍ୟାଣ୍ଟ ପାଇଁ ଭଗବାନ। ଜନତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାର ପ୍ରାଥମିକ କର୍ତ୍ତବ୍ୟ ହେଉଛି ଜଣେ ପବ୍ଲିକ ସର୍ଭ୍ୟାଣ୍ଟଙ୍କର। ହେଲେ ଏହି ଜିଲ୍ଲାରେ ନିଯୁକ୍ତ ଜଣେ ପବ୍ଲିକ ସର୍ଭ୍ୟାଣ୍ଟ ଅରୁଣ ବାବୁ ପବ୍ଲିକ ସର୍ଭିିସ କୋଡ଼ର ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଉତ୍ତସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ତାଙ୍କ ଔଦ୍ଧତାମି ମଙ୍ଗଳବାର ଚରମ ସୀମା ଲଙ୍ଘନ କରିଥିଲା। ଅରୁଣ ବାବୁ ବଳଦେବଜୀଉ ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ରଥ ନିର୍ମାଣ ପ୍ରସଙ୍ଗକୁ ନେଇ ଏକ ବୈଠକ ଅତିରିକ୍ତ ଜିଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ନବକ୍ରୁଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଇଛାପୁରସ୍ଥିତ ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟରେ ଚାଲିଥିବା ବେଳେ ଫାଇଲକୁ ନେଇ ଏଭଳି ବ୍ୟବହାର କରିଥିଲେ ଉପଜିଲ୍ଲାପାଳ। ରଥ ନିର୍ମାଣ ଫାଇଲ କୁଆଡେ ଗଲା ବୋଲି ଉଚ୍ଚସ୍ୱରରେ ଉପଜିଲ୍ଲାପାଳ ଅରୁଣ ନାୟକ କହିଥିଲେ। ଏହାର ଉତ୍ତରରେ ନିର୍ବାହୀ ଅଧିକାରୀ ମଧ୍ୟ ଉଚ୍ଚସ୍ୱରରେ ଉତ୍ତର ଦେଇଥିଲେ। ରଥ ନିର୍ମାଣ ଫାଇଲ କୁଆଡେ ଗଲା ବୋଲି ଉପଜିଲାପାଳ ଉଚ୍ଚସ୍ୱରରେ ନିର୍ବାହୀ ଅଧିକାରୀ ବଳଭଦ ପତ୍ରୀଙ୍କୁ ପଚାରିବାରେ। ଏହାର ଉତ୍ତରରେ ଶ୍ରୀ ପତ୍ରୀ କହିଥିଲେ ଯେ ରଥନିର୍ମାଣ ଫାଇଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏଥିପାଇଁ ଦାୟୀ ବୋଲି ସେ ଉଚ୍ଚସ୍ୱରରେ କହିଥିଲେ। ଯଦି ଫାଇଲ ରଖିପାରୁନ ତେବେ ଚାକିରି ଛାଡିଦିଅନ୍ତୁ ବୋଲି ଉପଜିଲ୍ଲାପାଳ ଶ୍ରୀ ପତ୍ରୀଙ୍କୁ କହିଥିଲେ। ଏହାକୁ ନେଇ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବଳଦେବଜୀଉ ଦେବୋତ୍ତର ନ୍ୟାସର ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ହସ୍ତକ୍ଷେପ କରିବା ଫଳରେ ମାମଲା ଥମି ଥିଲା। ହେଲେ ଉପଜିଲ୍ଲାପାଳଙ୍କ ଏତାଦୃଶ୍ୟ ବ୍ୟବହାରରେ କ୍ଷୁବ୍ଧ ହୋଇ ନିର୍ବାହୀ ଅଧିକାରୀ ଦେବୋତ୍ତର କମିଶନରଙ୍କୁ ରଥ ନିର୍ମାଣ କାର୍ଯ୍ୟରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଚିଠି ଲେଖିଛନ୍ତି। ମନ୍ଦିର ପ୍ରଶାସନ ସହ ରଥ ନିର୍ମାଣ କାର୍ଯ୍ୟ ଉପରେ ତଦାରଖ କରିବା ନେଇ କାର୍ଯ୍ୟର ଚାପ ରହୁଛି। ତେଣୁ ଅନ୍ୟ ଅôଧକାରୀଙ୍କୁ ଦିଆଯାଉ ବୋଲି ସେ ଚିଠିରେ ସେ ଉଲ୍ଲେଖ କରିଥିବା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳ ଶ୍ରୀ ନାୟକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନାହିଁ। ଏ ନେଇ ଶ୍ରୀ ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ଉପଜିଲ୍ଲାପାଳ ମୋତେ ଯେଉଁ ସ୍ୱରରେ ପ୍ରଶ୍ନ କଲେ ମୁଁ ସମାନ ସ୍ୱରରେ ତାଙ୍କୁ ଉତ୍ତର ଦେଇଛି। ଏଥିସହ ରଥନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତ କରାଯାଉ ବୋଲି ସେ ଦେବୋତ୍ତର କମିଶନରଙ୍କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ବାରମ୍ବାର ଏଭଳି କରୁଥିବାରୁ ତାଙ୍କ ବିରୋଧରେ ତୁରନ୍ତ ରାଜ୍ୟସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରାପଡାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


