ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ସିଲ୍‌, ଦିନରାତି ପ୍ରହରା ଦେଉଛନ୍ତି ପୋଲିସ କର୍ମଚାରୀ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥକୁ ବସନ୍ତିଆ ଠାରେ ସିଲ୍ କରାଯାଇଛି । ଗତ ୩୦ ତାରିଖ ଠାରୁ ବନ୍ତ ପୋଲିସ ବସନ୍ତିଆ ବଜାର ଠାରେ ବ୍ୟାରିକେଡ୍ ତିଆରି କରି ଦିନ ରାତି ଜଗି ରହିଛି । ଉଭୟ ପାଶ୍ୱର୍ରୁ ବିନାକାରଣରେ କୌଣସି ଲୋକଙ୍କୁ ଯିବାକୁ ଦିଆଯାଉନାହିଁ । କୌଣସି ବ୍ୟକ୍ତି ମେଡିକାଲ କେସ୍‌ରେ ଯିବାକୁ ଥିଲେ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଥିଲେ ସେମାନଙ୍କୁ ଛଡା ଯାଉଛି । ସେହିପରି ଜରୁରୀକାଳୀନ ସେବାରେ ଆମ୍ବୁଲାନ୍ସ ଏବଂ ସାମଗ୍ରୀ ପରିବହନ ଗାଡିକୁ ଛଡା ଯାଉଛି । ବଜାରର ଅପରପାଶ୍ୱର୍ରେ ନନ୍ଦିପଦା ପୋଲିସ ପକ୍ଷରୁ ସୀମା ପଥରେ ପ୍ରହରା ଦିଆଯାଉଛି । ଉଭୟ ଜିଲାର ପୋଲିସ କର୍ମଚାରୀ ମାନେ ରାଜପଥର ଗମନାଗମନ ଉପରେ କଡା ନଜର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ