ଜରାନିବାସରେ ଅନ୍ଧ,ମୂକ ଓ ବଧିର ସ୍କୁଲରେ ଜନ୍ମ ଦିନ ପାଳନ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ୍ ଏ ସି ଅନ୍ତର୍ଗତ ୧୦ନମ୍ବର ଅୱାର୍ଡ ଅଧିନ ଦକ୍ଷିଣବାଡ଼ ଗ୍ରାମ ନିକଟସ୍ଥ ଜିଲ୍ଲା ଜରା ନିବାସ ପରିସରରେ ଅନ୍ଧ ମୂକ ବଧିର,ବୃଦ୍ଧ,ବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ତେବାସୀ ମାନେ ଆଶ୍ରୟ ନେଇ ରହୁଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଅଞ୍ଚଳର କବିରାଜ ବିଷ୍ଣୁପଦ ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ସସ୍ମିତା ତ୍ରିପାଠୀଙ୍କ ୮ ବର୍ଷର ଝିଅ ଶାନଭୀର ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଧାମନଗର ସ୍ଥିତ ଜିଲ୍ଲା ଜରାନିବାସ ପରିସରରେ ଥିବା ଅନ୍ଧ ମୂକ ବଧିର ସ୍କୁଲ ଠାରେ ଦୁଇ ଶହ ଅନ୍ତେ ବାସୀଙ୍କ ମୁଖରେ ହସ ଫୁଟାଇ ପାରିଛନ୍ତି। ଏହିଭଳି ଯଦି ନେତା ମନ୍ତ୍ରୀ ଓ ସମାଜସେବୀଙ୍କ ପରିବାର ଲୋକଙ୍କ ଜନ୍ମ ଦିନ ଶ୍ରାଦ୍ଧ ଦିବସ ପାଳନ କରନ୍ତେ ନିଶ୍ଚିତ ଭଗବାନ ଅନ୍ଧ ମୂକ ବଧିରଙ୍କର ମୁହଁରେ ହସ ଫୁଟାଇଲେ ସମସ୍ତଙ୍କ ପରିବାର ପାଇଁ ମଙ୍ଗଳ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଏଇଭଳି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସ୍ଥାନୀୟ ଜନସାଧାରଣ,ସମାଜସେବୀ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।


