ବୁଗୁଡା ବ୍ଲକ ଓ ଏନଏସି ରୁ ୩ ଜଣ ସନ୍ଦିଗ୍ଧଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଗଲା

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକରୁ ଜଣେ ଓ ବୁଗୁଡା ଏନଏସି ରୁ ଦୁଇ ଜଣ, ଏପରି ୩ ଜଣ ସନ୍ଦିଗ୍ଧ ରୋଗୀଙ୍କୁ କରୋନା ସଂକ୍ରମଣ ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣା ପଡ଼ିଛି। ବୁଗୁଡା ବ୍ଲକର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ହେବାଯୋଗୁଁ ବୁଗୁଡା ମେଡିକାଲ ସେହି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କୁ ବ୍ରହ୍ମପୁର ରିଫେର କରିଛନ୍ତି।ସେହିପରି ବୁଗୁଡା ଏନଏସିର ଦୁଇ ଜଣ ଗୁଜରାଟର ସୁରାଟରୁ ଆସି ପୋଲସରା ବ୍ଲକ ହାତୀଓଟ ଗ୍ରାମରେ ଥିବାର ଖବର ପାଇ ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ, ବୁଗୁଡା ଥାନାକୁ ଲିଖିତ ଭାବେ ଜଣାଇଥିଲେ। ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ହାତୀଓଟ ଗ୍ରାମରୁ ସୁରାଟ ଫେରନ୍ତା ଦୁଇ ଜଣଙ୍କୁ ବୁଗୁଡା ଆଣି ମେଡିକାଲରେ ପରୀକ୍ଷା କରି ବ୍ରହ୍ମପୁର ମେଡିକାଲକୁ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ସୁରାଟ ଫେରାନ୍ତ ଦୁଇ ଜଣଙ୍କ କହିବା ପ୍ରକାରେ ସେମାନେ ସୁରାଟରୁ ଆସି ଭୁବନେଶ୍ୱରରେ ପହଁଞ୍ଚିଥିଲେ। ସେମାନେ ଆସି ପହଁଞ୍ଚିବା ପରେ ଭୁବନେଶ୍ୱରରୁ ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା।ସେମାନେ ଭୁବନେଶ୍ୱରରୁ ଚାଲିଚାଲି ଆସି ପୋଲସରା ବ୍ଲକ ହାତୀଓଟ ଗ୍ରାମରେ ତାଙ୍କ ବନ୍ଧୁଘରେ ଥିଲେ। ବର୍ତ୍ତମାନ ପୋଲସରା ପୋଲିସ ବୁଗୁଡା ପୋଲିସ ସହ ଆଲୋଚନା କରି ସେଦୁହେଁ କେଉଁମାନଙ୍କ ସହ ମିଶିଛନ୍ତି ତନାଘନା ଚଳାଇଛନ୍ତି। ଏହି ଦୁଇ ଜଣଙ୍କ ସହ ଆଉ କେଉଁମାନେ ସୁରାଟରୁ ଫେରିଛନ୍ତି ସେମାନଙ୍କ ତାଲିକା ମଧ୍ୟ ପୋଲିସ ସଂଗ୍ରହ କରି ସେ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ବା ଘରେ ସଙ୍ଗରୋଧ ରହିବାକୁ ପରାମର୍ଶ ଦେଇପାରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ