ଲକ୍‌ ଡାଉନ୍‌କୁ ନେଇ ମୋଦିଙ୍କୁ ଘେରିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କଂଗ୍ରେସର ଓ୍ବାର୍କିଂ କମିଟି ବୈଠକରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିନା ପ୍ରସ୍ତୁତିରେ ମୋଦି ସରକାରଙ୍କ ଲକ୍ ଡାଉନ୍‌ ନିଷ୍ପତ୍ତି ପାଇଁ ସାରା ଦେଶବାସୀ ଏବେ କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସୋନିଆ । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ସୋନିଆ ଏହା କହିଛନ୍ତି । ସୋନିଆ ଗାନ୍ଧି ଏହି ବୈଠକରେ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍‌ ଯୋଗୁଁ ସ୍ଥିତି ବେଶ୍‌ ଗମ୍ଭର ରହିଛି। ସରକାର ଉଠାଇଥିବା ପଦକ୍ଷେପ ଠିକ୍‌, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲକ୍‌ ଡାଉନ୍‌ ଘୋଷଣାକୁ ବିନା ପ୍ରସ୍ତୁତିରେ ଜାରି କରିଛନ୍ତି । ଏହି ୨୧ ଦିନ ଲକ୍‌ଡାଉନ୍‌ର ଘୋଷଣା ପୂର୍ବରୁ ପ୍ରସ୍ତୁତି ହୋଇନଥିବା ହେତୁ ଏଥିରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଖଟିଖିଆ ଶ୍ରମିକ । ଲକ୍‌ ଡାଉନ୍‌ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋନିଆ ଏକ ଚିଠି ଲେଖି ଲକଡାଉନ୍‌ ସମ୍ପର୍କିତ କିଛି ପ୍ରସ୍ତାବ ଦେଇଥିଲେ । ଲକ୍‌ ଡାଉନ୍‌କୁ ସମର୍ଥନ ଦେବା ସହିତ ଦେଶର ଏପରି ସଂକଟ ସମୟରେ ସରକାରଙ୍କ ସହିତ କଂଗ୍ରେସ ରହିଛି ବୋଲି କହିଥିଲେ ସୋନିଆ । ତେବେ ଲକ୍‌ ଡାଉନ୍ ଯୋଗୁଁ ଦେଶରେ ରହିଥିବା ଗରିବ, ଖଟିଖିଆ ଶ୍ରମିକଙ୍କ ପଳାୟନ ସ୍ଥିତିକୁ ଗମ୍ଭୀରତା ରୂପେ ନେଇ ଏହି ଦିଗରେ ସରକାରଙ୍କ କାର୍ଯ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରିଛନ୍ତି ସୋନିଆ । ଲୋକଙ୍କ ସାମ୍ନାରେ ଜୀବନ ଏବେ ସଂକଟରେ ପଡିଯାଇଛି ବୋଲି କହିଛନ୍ତି ସୋନିଆ । ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ୨୧ ଦିନିଆ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହି ସମୟରେ ଘରୁ ନ ବାହାରିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ସରକାର ଭରସା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ