କରୋନାରେ ପ୍ରାଣ ହାରିଲେ ପଦ୍ମଶ୍ରୀ ନିର୍ମଳ ସିଂହ

ଚଣ୍ଡୀଗଡ : ପଦ୍ମଶ୍ରୀ ନିର୍ମଳା ସିଂହ ୬୨ ବର୍ଷ ବୟସରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଫେରିଥିବାବେଳେ ଗତ ୩୦ ତାରିଖରେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭୂତ କରି ଗୁରୁନାନକ ଦେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ସେ କରୋନା ପଜିଟିଭି ଥିବାର ଜଣାପଡିଥିଲା । ମିଳିଥିବା ସୂଚନା ଅନୁସାରେ ନିର୍ମଳ ସିଂହ ବିଦେଶରୁ ଫେରିବା ପରେ ଦିଲ୍ଲୀ ତଥା ଅନ୍ୟାନ୍ୟ କିଛି ସ୍ଥାନଠାରେ ଧାର୍ମିକ ସଭା ଆୟୋଜନ କରିଥିଲେ । ସେହିପରି ମାର୍ଚ୍ଚ ୧୯ ତାରିଖରେ ଚଣ୍ଡୀଗଡସ୍ଥିତ ଘରେ ନିଜ ପରିବାରର ସଦସ୍ୟ ତଥା ଅନ୍ୟ କିଛି ସମ୍ପର୍କୀୟଙ୍କ ଏକ କୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ନିର୍ମଳ ସିଂହଙ୍କ ଦୁଇ ଝିଅ, ପୁଅ, ସ୍ତ୍ରୀ ତଥା ଡ୍ରାଇଭର ଓ ତାଙ୍କ ସମ୍ପର୍କରେ ଆସିଥିବା ୬ ଅନ୍ୟ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ, ସୂର୍ଣ୍ଣ ମନ୍ଦିରର ପୂର୍ବ ହଜୁରୀ ରାଗୀ ରହିଥିବା ନିର୍ମଳ ସିଂ ଗୁରୁ ଗ୍ରନ୍ଥ ସାହିବର ଗୁରୁବାନୀର ସମସ୍ତ ୩୧ ରାଗର ଜ୍ଞାନୀ ରହିଥିଲେ । ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ