୪ ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ । ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି ଯେ, ୪ ହଜାର ବର୍ଷ ତଳେ ରୁଟି ପ୍ରସ୍ତୁତ କରାଯାଇଥିଲା । ଉତ୍ତର ପୂର୍ବ ଯୋଡାନରେ ଏମିତି କିଛି ଅବଶେଷ ମିଳିଛି ଯାହା ରୁଟି ତିଆରିର ଇତିହାସ ସମ୍ପର୍କରେ ସୂଚନା ଦେଉଛି । ଏଠାରେ ପ୍ରାୟ ୪ ହଜାର ବର୍ଷ ପୂର୍ବେ ଲୋକେ ଫ୍ଲୋଟ ବ୍ରେଡ୍ ବା ରୁଟି ତିଆରି କରୁଥିଲେ ବୋଲି ଗବେଷକମାନେ କହିଛନ୍ତି । ଏଠାରେ ସେମାନେ ପଥରରେ ତିଆରି ଏକ ଚୁଲିର ସନ୍ଧାନ ମଧ୍ୟ ପାଇଛନ୍ତି । ତେଣୁ ହଜାର ହଜାର ବର୍ଷ ପୂର୍ବରୁ ଲୋକେ କୃଷି ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଥିବା ଏମାନେ କହିଛନ୍ତି । ଏମାନଙ୍କ ମତରେ ଏହାର ବହୁ ବର୍ଷ ପୂର୍ବରୁ ପୂର୍ବ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ମଧ୍ୟ ଲୋକେ ରୁଟି ପ୍ରସ୍ତୁତ କରିବା ଜାଣିଥିଲେ । ଏଥିପାଇଁ ସେମାନେ ଏକ ଜଙ୍ଗଲି ଶସ୍ୟର ବ୍ୟବହାର କରୁଥିବା ଅନୁମାନ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ