ଇଦ୍ ପାଇଁ ଉତ୍ସବ ମୁଖର ଗାଁ ଠୁ ସହର

ଆଜି ହେଉଛି ଇଦ୍ ଇସଲାମ ଧର୍ମଲମ୍ବୀ ପାଇଁ ବଡ ଦିନ କାରଣ ରମଜାନ ମାସରେ ନିଷ୍ଠାର ସହ ଉପବାସ ରଖିଥାନ୍ତି । (ରୋଜା) ଏହା ରଖିବା ପାଇଁ ପବିତ୍ର କୋରାନ ରେ ଉଲ୍ଲେଖ ଅଛି । ଇତିହାସ କହେ ମହାପୁରୁଷ ହଜରତ ମହମ୍ମଦ ମୂଲ ଲୋହେ ଅଲୈହୋ । ସଲ୍ଲମ ଦିନରେ ଭୋକ ଉପାସରେ ରହୁଥିଲ । ରାଜିର ଖାଦ୍ୟ ସେବନ କରି ଭଗବାନ ଙ୍କୁ ଜପୁଥିଲେ । ଏହି ପ୍ରକାର ଭକ୍ତିକୁ ଭଗବାନ ଆଲ୍ଲା ପସନ୍ଦ କରୁଥିଲେ । ସେହି କାର୍ଯ୍ୟକୁ ଜୀବିତ ରଖିବା ପାଇଁ ବର୍ଷକରେ ଥରେ ଏକ ମାସ ଉପବାସ ରଖିବାକୁ ମିଳୁଥିଲା ,ସୂଚନା ଥାଉକି ମାହାପୁରୁଷ ମହମ୍ମଦ ୫୭୧ ଖ୍ରୀଷ୍ଟାଦ୍ଦରେ ଧରା ଅବତରଣ କରିଥିଲେ । ଏହି ମାସରେ ୧୦ ବର୍ଷ ଉଦ୍ଧ୍ୱର୍ ପୁଅ ଝିଅ ସଂପୂର୍ଣ୍ଣ ଏକମାସ ଉପବାସ ରଖିବା ଜରୁରୀ ରହିଛି , ତା ସହିତ ୫ଥର ନମାଜ ପାଠ କରିବା ହିଂସା, ବିଶ୍ୱାସଘାତକତା ଠାରୁ ଦୁରେଇ ରହିବା ଉପବାସ କରୁଥିବା ବ୍ୟକ୍ତି ଦିନସାରା ଖାଇବା ,ପିଇବା , ଶାରୀରିକ ସଂପର୍କ ଠାରୁ ଦୁରେଇ ରହିବାକୁ ପଡିଥାଏ । ଯଦି ଉପବାସ ରଖୁୁଥିବା ଲୋକ ଜାଣିଶୁଣି ଏହାକୁ ଭଙ୍ଗ କରେତାଙ୍କୁ ଗୋଟିଏ ମାସ ବଦଳରେ ଆଉ ଏକ ମାସ ଅଧିକ କରିବାକୁ ପଡିଥାଏ । ଏହି ସମୟରେ ସେମାନେ ବାଦ୍ୟଯନ୍ତ୍ର ଟିଭି , ରେଡିଓ ଆଦି ଜିନିଷର ସାମିଲ ହେବ ସଂପୂର୍ଣ୍ଣ ନିଷେଧ ସହିତ ଗାଳିଗୁଲଜ, ଚୋରି ,ଲୁଣ୍ଠନ , ମିଛ କଥା କହିବା ସୁଧ ନେଣ ଦେଣ କରିବା ଇତ୍ୟାଦି ଆଦି କାର୍ଯ୍ୟ ରୁ ନିବୃତ୍ତ ରହିବା , ସୂର୍ଯ୍ୟଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରୋଜା ପାଳନ କରାଯାଏ । ଏହି ମାସରେ ଦାନଦେଲେ ଶୁଭଙ୍କର ହୁଏ ବୋଲି ବିଶ୍ୱାସ ରହିଛି । ୩୦ ଦିନ ଶେଷ ହେବାପରେ ଚନ୍ଦ୍ର କୁ ଦେଖି ଇଦ-ଉଲ- ଫିତର ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ଓ ଭଉଣୀ ମାନେ ନୂଆ ଡ୍ରେସ ପିନ୍ଧି ମସଜିତ ଓ ଇଦଗାହାକୁ ନମାଜ ପାଠ କରିବାକୁ ଯାଆନ୍ତି । ନମାଜ ପାଠ ସରିବା ପରେ ପରସ୍ପରକୁ ଆଲଙ୍ଗନ କରି ଇଦର ଶୁଭେଚ୍ଚା ଜଣାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ