କୋଭିଡ-୧୯ ମୁକାବିଲା ସୁଦୃଢ଼ କରୁଛି ଦେଶୀୟ କାର୍ଗୋ ବିମାନ

• ମାର୍ଚ୍ଚ ୨୬ ପର ଠାରୁ ନିରନ୍ତର ପରୀକ୍ଷା କିଟ୍ସ, ମାସ୍କ, ଗ୍ଳୋଭ୍ସ ଆଦି ଡାକ୍ତରୀ ସରଞ୍ଜାମ ଯୋଗାଣ ଅବ୍ୟାହତ
• ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରୀୟ ସ୍ତରରେ ୨୪ ଘଣ୍ଟିଆ ପରିଚାଳନା ଓ ନୀତି ନିର୍ଦ୍ଧାରଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଦେଶରେ ବିଭିନ୍ନ ସ୍ଥାନରେ କରିଥିବା ମାଲ ପରିବହନ ମଧ୍ୟରେ ରହିଛି ଡାକ୍ତରୀ ଉପକରଣ, ପରୀକ୍ଷାନିରୀକ୍ଷା କିଟ୍ସ, ରୋଗ ଚିକିତ୍ସା ଲାଗି ଆବଶ୍ୟକ ସୁରକ୍ଷା ଉପକରଣ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଜିନିଷପତ୍ର ଏବଂ ଡାକ ପାର୍ସଲ । ବିଭିନ୍ନ ଆବଶ୍ୟକ ଡାକ୍ତରୀ ଉପକରଣ ଆଇସିଏମଆର ଓ ଅନ୍ୟାନ୍ୟ ସ୍ଥାନରେ ପହଞ୍ଚାଇବା ଯୋଗୁଁ କେତେକ ସ୍ଵତନ୍ତ୍ର ଲାଭ ହୋଇପାରିଛି । ସେଗୁଡିକ ମଧ୍ୟରେ ଠିକ ସମୟରେ ପରୀକ୍ଷାନିରୀକ୍ଷା ହେବା ସହ ରୋଗୀମାନଙ୍କ ଚିକିତ୍ସା ସୁଗମ ହୋଇଛି । ମାସ୍କ ଓ ଗ୍ଲୋଭ୍ସ ଯୋଗାଣ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭଳି ଦୂରଦୂରାନ୍ତ ଅଗମ୍ୟ ସ୍ଥାନରେ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-୧୯ ମୁକାବିଲା କରିବାରେ ସହଜ ହୋଇପାରିଛି । ଜୀବନ ରକ୍ଷାକାରୀ ଔଷଧପତ୍ର ପହଞ୍ଚିବା ଯୋଗୁଁ ଦୂରଦୂରାନ୍ତର ଚିକିତ୍ସା ସେବା କେନ୍ଦ୍ରଗୁଡ଼ିକ ଅଯଥା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି। ଗତ ମାସ ୨୬ ତାରିଖରୁ ଚଳିତ ମାସ ୩ ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୫ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ ୧୦୭ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର ୪୨ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର ୨୦ଟି, ଇଣ୍ଡିଗୋର ୬ଟି ଏବଂ ସ୍ପାଇସ ଜେଟର ୨ଟି ବିମାନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ