ସଡକ ଦୂର୍ଘଟଣା ,ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତର ଗୋଦରୀ ନିକଟରେ ସଡକ ଦୁର୍ଘଟଣା ଘଟିଛି । ସଡକ ଦୂର୍ଘଟଣାରେ ସ୍ୱାମୀ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ କାମାକ୍ଷାନଗର –ଢେଙ୍କାନାଳ ରାସ୍ତାରେ ଗୁରୁବାର ସକାଳେ ରାସ୍ତାରେ କଡରେ ଥିବା ଟିପ୍ପର ପଛପଟକୁ ଏକ କାର ଧକ୍କା ଦେଇଛି । ଘଟଣା ସ୍ଥଳରେ ସ୍ୱାମୀ ଙ୍କର ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହାତ େ ହାଇଛନ୍ତି । ଗୁରୁୁତର ଆହାତ ସ୍ତ୍ରୀ କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତୀକରାଯାଇଛି । ମୃତକ ଜଣକ କଙ୍କଡାହାଡ ବ୍ଲକର ସହକାରୀ ଯନ୍ତ୍ରୀ ଏସ୍ ନବୀନ କୁମାର । ତାଙ୍କ ପତ୍ରୀ ପ୍ରଶାନ୍ତି ଗୁରୁତର ଆହାତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ