୩୦ଦିନରେ ପହଞ୍ଚିଲା ମା ରାମାୟାଣାମ୍ମା ଙ୍କ ଠାକୁରାଣୀ ଯାତ୍ରା :
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ର ଆରାଧ୍ୟ ଦେବି ମା ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର l ମଙ୍ଗଳବାର ଯାତ୍ରାର ୩୦ ଦିନ ଅବସରରେ ବିଶିଷ୍ଠ ସମାଜସେବୀ ସ୍ବର୍ଗତ ପ୍ରଭାକର ପଟ୍ଟନାୟକ ଙ୍କ ବଡ଼ପୁଅ ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଏବଂ ବୋହୁ ସମାପ୍ତି ପଟ୍ଟନାୟକ ଙ୍କ ସ୍ୱତନ୍ତ୍ର ପୂଜା ସହିତ ମା ତାଙ୍କ ଘର ନିକଟରେ ପହଂଚି ସ୍ୱତନ୍ତ୍ର ଭୋଗ ଗ୍ରହଣ କରିଛନ୍ତି l ରୀତିନୀତି ଅନୁସାରେ ଉଭୟ ଅସ୍ଥାୟୀ ମଣ୍ଡପ ରେ ପହଂଚି ପୂଜାର୍ଚନା କରିବା ସହିତ ମାଙ୍କୁ ନିମନ୍ତ୍ରଣ କରିଥିଲେ l ପରେ ବିରାଟ ପଟୁଆର ରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ମାଙ୍କ ଘଟ ନଗର ପରିକ୍ରମା କରିଥିଲେ l ଏଥିରେ ଆନ୍ଧ୍ର କାଳୀ, ଖଡ଼କପୂର କାଳୀ, ପାଇକଆଖଡ଼ା, ଧୂମଡ଼ାଡକା, ସିଙ୍ଗ ବାଜା,ଘୋଡାବାଜା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୦ ଟି ଗ୍ରୁପର ବିଭିନ୍ନ କଳାକାର ମାନେ ବିରାଟ ପାଟୁଆରେ ମାଙ୍କ ସହିତ ସାମିଲ ହୋଇଥିଲେ l ମଧ୍ୟାହ୍ନ ରେ ସୁଧୀର କୁମାର ପଟ୍ଟନାୟକ ଙ୍କ ପକ୍ଷରୁ ହଜାର ହଜାର ଲୋକ ଙ୍କ ନିମନ୍ତେ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା l ସନ୍ଧ୍ୟା ରେ ଅସ୍ଥାୟୀ ମଣ୍ଡପ ରେ ମାଙ୍କ ଆଳତି ଦର୍ଶନ କରିବା ନିମନ୍ତେ ସୁଧୀର ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ସମାପ୍ତି ପଟ୍ଟନାୟକ ଙ୍କ ସହ ବହୁ ମହିଳା ଏବଂ ମନ୍ୟଗଣ୍ୟ ବ୍ୟକ୍ତି, ଯାତ୍ରା କମିଟି ର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନଜର ଏମ. ସମରେନ୍ଦ୍ର ସେନାପତି ଙ୍କ ସମେତ ପ୍ରବଳ ଜନ ସାମଗମ ହୋଇଥିଲା l ମା ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି l ମା ଙ୍କ ଯାତ୍ରା ପାଇଁ ସାରା ସହର ଚଳ ଚଞ୍ଚଳ ହୋଇପଡିଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି | ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି |


