ଉଚ୍ଚ ବିଦ୍ୟାଳୟରେ ଗଚ୍ଛିତ କାଠ ଓ ଆଜବେଷ୍ଟସ୍‌କୁ ନିଲାମ ନକରି ବିକ୍ରି ଉଦ୍ୟମ

ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ଉଚ୍ଚ ବିଦ୍ୟାଳୟରେ ଗଚ୍ଛିତ ଥିବା ପୁରୁଣା ଆଜବେଷ୍ଟସ୍ ଓ କାଠକୁ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ନିଲାମ ନକରି ମଙ୍ଗଳବାର ବିକ୍ରି କରୁଥିଲେ। ଖବର ପାଇ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନେ ପହଂଚି ବିକ୍ରି ପଦାର୍ଥକୁ ଅଟକ ରଖିବା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ ଯେ ବିଦ୍ୟାଳୟରେ ଥିବା ପୁରୁଣା ବିଦ୍ୟାଳୟ ଗୃହ ଭଙ୍ଗା ଯାଇ ଉକ୍ତ ଗୃହରୁ ବାହାରିଥିବା ପୁରୁଣା ଆଜବେଷ୍ଟସ୍ ଓ କାଠକୁ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କ ଦାୟିତ୍ୱରେ ରଖାଯାଇଥିଲା। ସରକାରୀ ନିୟମାନୁସାରେ ଏହି ଜିନିଷ ଗୁଡିକୁ ନିଲାମ କରାଯିବ। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ସର୍ବସାଧାରଣ ଅବଗତି ନିମନ୍ତେ ନୋଟିସ କରାଯିବ। ଉକ୍ତ ନୋଟିସ ଅନୁସାରେ ନିଲାମରେ ଉପସ୍ଥିତ ନିଲାମଧାରୀଙ୍କ ମଧ୍ୟରେ ସର୍ବାଧିକ ଟଙ୍କାରେ ଯିଏ ଦେବ ତାକୁ ଏହି ଜିନିଷ ସବୁ ବିକ୍ରି କରାଯିବ। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ନିଲାମ ପ୍ରକ୍ରିୟାକୁ ନଯାଇ ମନଇଚ୍ଛା ଗଚ୍ଛିତ ଥିବା ଆଜବେଷ୍ଟସ୍ ଓ କାଠକୁ ଶାଗ,ମାଛ ଦାମରେ ବିକ୍ରି କରୁଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ଶିକ୍ଷୟିତ୍ରୀ ଏହାକୁ ବିକ୍ରି କରୁଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରାତନ ଛାତ୍ରମାନେ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କୁ ପଚାରିବାରେ ଅଭିଯୋଗ ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଏବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କୁ ପଚାରିବାରୁ ପୂର୍ବରୁ ବିଦ୍ୟାଳୟକୁ ବିଇଓ ସାର ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟରେ ୧୦ବର୍ଷ ହେବ ଗଦା ହୋଇ ପଡି ରହିଥିବା ଆଜବେଷ୍ଟସ୍ ଓ ଭଙ୍ଗା କାଠ ବିଦ୍ୟାଳୟକୁ ଅପରିଷ୍କାର କରୁଥିଲା। ବିଦ୍ୟାଳୟକୁ ପରିଷ୍କାର କରିବା ପାଇଁ ସେ କହିଥିଲେ। ବିଦ୍ୟାଳୟର ସହକର୍ମୀଙ୍କ ଜ୍ଞାତରେ ଉଚିତ ମୂଲ୍ୟରେ ସ୍ଥାନୀୟ ଗ୍ରାମର ଲୋକଙ୍କୁ ଆଜବେଷ୍ଟସ୍ ଓ ଭଙ୍ଗା କାଠ ଦିଆଯାଉଥିଲା। କିଛି ଲୋକ ଏହାକୁ ବିରୋଧ କରିବାରୁ ବିକ୍ରୟ ନ କରାଯାଇ ଯେଉଁସ୍ଥାନରେ ଥିଲା ସେହିଠାରେ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ