ରିଜର୍ଭ ଅଫିସ ଓ ବାରାକ୍ ପରିଦର୍ଶନ କଲେଜ ଡିଆଇଜି, ଗଞ୍ଜାମ ଏସପି
ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ସ୍ଥିତ ଗଞ୍ଜାମ ପୁଲିସର ରିଜର୍ଭ ଅଫିସ ଓ ବାରାକ୍ ପରିଦର୍ଶନ କରିଛନ୍ତି ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ । ମଙ୍ଗଳବାର ଉଭୟ ଅଧିକାରୀ ରିଜର୍ଭ ଅଫିସ ଓ ବାରାକ୍ ଅଂଚଳକୁ ସଫାସୁତରା ରଖିବା ସହ ଆବର୍ଜନାମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଡିଆଇଜି ଭୋଇ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ନେଇ ଜନସଚେତନା ଠାରୁ ଆରମ୍ଭ କରି ବର୍ତମାନ ଜିଲ୍ଲାରେ ଆଶିଂସ ସଡ୍ ଡାଉନ୍ ଚାଲିଥିବା ପୁଲିସ କର୍ମଚାରୀ କିପରି ସତର୍କ ରହିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସାନିଟାଇଜରର ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ ଉପକରଣ ପ୍ରସ୍ତୁତ କରି ରଖିବା ପାଇଁ ରିଜର୍ଭ ଇନିସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ପାଇଁ ହୋଇଥିବା ଅସ୍ଥାୟୀ ଚେକ୍ ପୋଷ୍ଟ୍ , ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ସତର୍କ ରହି କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତ ପୁଲିସ କର୍ମଚାରୀମାନେ ଯେପରି ସମଦୂରତା ରହିବେ, ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟରେ ଯୋଗ ଦେବେ ଓ ନିଜ ଅଂଚଳକୁ କିପରି ସଫା ସୁତରା ରଖିବେ ସେଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେବା ପାଇଁ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର୍ ଙ୍କୁ କହିଥିଲେ ଓ ବାହାରୁ ଆସୁଥିବା ଗାଡ଼ି ଯାଂଚ ସହ ସେମାନଙ୍କ ସବିଶେଷ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିଆଇଜି ଶ୍ରୀ ଭୋଇ ବାରାକ୍ ର ସମସ୍ତ କକ୍ଷ ବୁଲିବା ସହ ମହିଳା ପୁଲିସ ଅଧିକାରୀ ମାନେ ରହୁଥିବା ବିଭିନ୍ନ କକ୍ଷ ବୁଲି ଦେଖିଥିଲେ ଓ କେତେକ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ପରିଦର୍ଶନରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ଡିଏସପି ଅଜୟ କୁମାର ମିଶ୍ରଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


