ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ

ଯାଜପୁର: ଯାଜପୁର ଜିଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ ରଞ୍ଜନ କୁମାର ଦାସ। ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରାଯାଇଛି।ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ କରାଯାଇଛି। କାଳ ୬ରୁ ୧୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଜିଲାପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା।ଏଥିପାଇଁ କେବଳ ସାଇକଲ କିମ୍ବା ପାଦରେ ଚାଲି ଚାଲିଆସି ବାକୁ ପରାମର୍ଶ ଦିଆଯାଇଥିଲା।କିନ୍ତୁ ଏହାକୁ ଅମାନ୍ୟ କରି ବାଳାଶ୍ରମ ପଡିଆକୁ ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।ଜିଲାପାଳଙ୍କ ସହିତ ଜିଲାର ବରିଷ୍ଠ ଅଧିକାରୀ ସାମିଲ ହୋଇ ଏହି ଅମାନିଆ ମାନଙ୍କୁ ସାବାଡ କରିଥିଲେ।କେବଳ ଯାଜପୁର ସହର ନୁହେଁ ସମଗ୍ର ଯାଜପୁର ଜିଲାରେ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲାପ୍ରଶାସନ । ସେହିପରି ଯାଜପୁର ସଦର ମହକୁମାର ବିଭିନ୍ନ ରାସ୍ତାକଡରେ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କୁ ବାରମ୍ବାର ରାସ୍ତା ଅବରୋଧ ନକରିବାକୁ ତାଗିଦ କରାଯାଇଥିଲେ ମଧ୍ୟ ମନୁ ନଥିଲେ । ସେମାନଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲାପାଳ । ଏହି ଅବସରରେ ଅତିରିକ୍ତ ଜିଲାପାଳ ମିହିର କୁମାର ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଉପସ୍ଥିତ ରହି ଗାଡି ଗୁଡିକ ଜବତ କରିବା ସହ ଲୋକ ମାନଙ୍କୁ ସରକାରଙ୍କ ସମସ୍ତ ଲକ ଡ଼ାଉନ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ ।ସେପଟେ ଯାଜପୁର ଜିଲ୍ଲାରେ ଲକ ଡାଉନ ନିୟମ ଉଲଂଘନ କରି ବିଭିନ୍ନ ଥାନା ଦ୍ୱାରା ମୋଟ ୩୦୨ ଟି ବାଇକ ଜବତ ହୋଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ ପି ଚରଣ ସିଂ ମିନା ଏକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏଥି ସହ ନିଜ ଘରେ ରହି ସମୟ କାଟି ପ୍ରଶାସନର ନିୟମ ମାନିବାକୁ ଏସପି ଜିଲାଵାସୀଙ୍କୁ ନିବେଦନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ