ଆସନ୍ତା କାଲି ଦିଲ୍ଲୀ ଯିବେ ନବୀନ
ରାଜ୍ୟର ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ଆସନ୍ତା କାଲି ଦିଲ୍ଲୀ ଗ୍ରସ୍ତ ରେ ଯିବେ ଓ ୯ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ କାର୍ଯ୍ୟଳୟରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ର ଫଳାଫଳ ବାହାରି ସାରିବା ପରେ ଏହା ହେଉଛି ନବୀନ ଓ ମୋଦି ଙ୍କ ପ୍ରଥମ ଭେଟ । ସୂଚନା ଅନୁସାରେ ଏହି ସାକ୍ଷାତ ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ବିଷୟ ରେ ଆଲୋଚନା କରିବା ସହିତ ଫୋନି ବାତ୍ୟା ସମ୍ପର୍କିତ ବିଷୟ ଉଠାଇ ପାରନ୍ତି ନବୀନ । ଏବଂ ଓଡିଶା ରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିବା ପାଇଁ ମୋଦି ଙ୍କ ସହ ଆଲୋଚନା କରିପାରନ୍ତି ।


