ବୁଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତି

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କରୋନା ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅଜଣା ବ୍ୟକ୍ତିଙ୍କୁ ରଖାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବ୍ୟକ୍ତି ଜଣକ ନିଜର ନାମ ଓ ଠିକଣା କହିପାରୁନଥିବା ବେଳେ କରୋନା ର କିଛି ଲକ୍ଷଣ ଦେଖି ସେହି ବ୍ୟକ୍ତି ଜଣଙ୍କୁ ମଙ୍ଗଳବାର ରାତ୍ର ସମୟରେ ଉଦ୍ଧାର କରି ସଙ୍ଗରୋଧ ଗୃହରେ ରଖାଯାଇ ଖାଦ୍ୟ,ପାନୀୟ ଜଳ ପ୍ରଭୃତି ଯୋଗାଇ ଦିଆଯାଇଛି। ଆସନ୍ତା କାଲି ସେହି ବ୍ୟକ୍ତି ଜଣଙ୍କର ଠିକଣା ଜାଣିବା ପରେ ସଠିକ ଭାବରେ ନାମ ପଞ୍ଜୀକୃତ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ