ମୋଦି-କମଲନାଥ ସାକ୍ଷାତ
ନୂଆଦିଲ୍ଲୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଳନାଥ ଗୁରୁବାର ସାକ୍ଷାତ୍ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ଜାତୀୟସ୍ତରରେ ଆଲୋଚନା ଜୋର ଧରିଛି । ସୂଚନାଯୋଗ୍ୟ, ୨ଠ୧୯ ଲୋକସଭା ନିର୍ବାଚନ ସମୟରେ ଦୁଇ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ । କମଳନାଥ ମୋଦିଙ୍କୁ ଡିଭାଇଡ୍ର ଇନ୍ ଚିଫ୍ ବୋଲି ମଧ୍ୟ କହିଥିଲେ । ସେହିପରି ମୋଦି, କମଳନାଥଙ୍କୁ ୧୯୮୪ ଶିଖ୍ ଦଙ୍ଗା ପାଇଁ ଦାୟୀ କରିଥିଲେ । ତେବେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବେ ଏହି ଦୁଇ ନେତାଙ୍କର ପ୍ରଥମ ସାକ୍ଷାତକାର ବେଶ୍ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି ।


