ବିଶୋଧନ ହେଲା ଥାନା, ତହସିଲ, ଡାକ୍ତରଖାନା, ବ୍ଲକ ପରିସର

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରୀ ସ୍ତରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବିଶୋଧନ କରାଯାଉଥିବାର ଦେଖାଯାଇଛି । ଏପରିପେକ୍ଷୀରେ ଆଜି ଆଗରପଡା ଦମକଳ ବାହିନୀ ପକ୍ଷରୁ ବନ୍ତ ଥାନା, ବ୍ଲକ, ତହସିଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ବିଶୋଧନ କରାଯାଇଥିବା ଦେଖାଯାଇଛି । ଏହି କାର୍ଯ୍ୟ ବେଳେ ତହସିଲଦାର ଇନ୍ଦିରା ସାହୁ, ଆଇଆଇସି ମିନୀ ବିନ୍ଧାଣୀଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ