ବିଜେଡି ଉପସଭାପତିଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ବିଜୁ ଜନତା ଦଳର ଉପସଭାପତି ସୁନୀଲ କୁମାର ପାଢ଼ୀ କରୋନା ସଂକ୍ରମଣର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଧାୟକ ଶ୍ରୀକାନ୍ତ ସାହୁ ଓ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ପାଞ୍ଚ ହଜାର ଟଙ୍କା ଦାନ କରିଛନ୍ତି। ଗୁରୁବାର ଦିନ ବୁଗୁଡା ବ୍ଲକ ଅଫିସ ପରିସରରେ ଶ୍ରୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୦ ଟଙ୍କାର ଏକ ଚେକ ବିଧାୟକ ଓ ବିଡ଼ିଓଙ୍କ ଜରୀଆରେ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟ ପାଇଁ ଜନସାଧାରଣ ଶ୍ରୀ ପାଢ଼ୀଙ୍କୁ ପ୍ରଶଂସା କରିଛନ୍ତି।