ଅନଲାଇନ ଶିକ୍ଷା ଦାନ ଆରମ୍ଭ କଲା ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ଉପକଣ୍ଠ ରେ ଥିବା ଏକ ପ୍ରତିଷ୍ଠିତ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ଆଜି ଠାରୁ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପାଠ୍ୟକ୍ରମ ନିମନ୍ତେ ଅନ ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଛି। ବର୍ତ୍ତମାନ କରୋନା ଭୂତାଣୁ କୁ ନେଇ ସାରା ଦେଶରେ ଲକ ଡ଼ାଉନ ଘୋଷଣା ହେବାପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।ଦିନ କୁ ଦିନ ଦେଶରେ କରୋନା ଭୁତାଣୁ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୩୦ ତାରିଖ ପର୍ଯନ୍ତ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଅପରପକ୍ଷରେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ପୂର୍ବରୁ ସ୍ୱଷ୍ଟ କରିଛନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଘରେ ରହି ଅନଲାଇନ ରେ ପାଠ ପଢ଼ି ବାକୁ । ଅନ୍ୟ ପଟେ ପିଲାମାନଙ୍କ ଶିକ୍ଷା କୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି।ତେଣୁ ଆଜି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ର କର୍ତ୍ତୃପକ୍ଷ ଓ ଶିକ୍ଷକ ମାନେ ଏହାକୁ ଦୃଷ୍ଟିରେ ରଖି ଅନ ଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଛାତ୍ର ଛାତ୍ରୀ ମାନେ ଘରେ ରହି ଇଣ୍ଟରନେଟ ରେ ପାଠ ପଢିବାର ଏହି ଶିକ୍ଷା ବ୍ୟବସ୍ଥା ଛାତ୍ର ଛାତ୍ରୀ ଙ୍କ ପାଇଁ ବେଶ ଫଳପ୍ରଦ ହେବ ତେଣୁ ଅଭିଭାବକ ମାନେ ମଧ୍ୟ ଏଥିରେ ନିଜ ପିଲା ମାନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ