ଶିକ୍ଷକ ସଂଘ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ବେଗୁନିଆର ନବ ନିର୍ବାଚିତ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ବେଗୁନିଆ ମିଳିତ ଶିକ୍ଷକ ସଂଘ ତରଫରୁ ଫୁଲତୋଡ଼ା ଦିଆଯାଇ ତାଙ୍କ ଖୋର୍ଦ୍ଧାସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଥମିକ ଶିକ୍ଷକ ସଂଘର ସୁବିଧା ଏବଂ ଅସୁବିଧା ସମ୍ପର୍କରେ ବିଧାୟକଙ୍କ ସହିତ ଆଲୋଚନା ହୋଇଥିଲା । ଆଗାମି ଦିନରେ ବିଧାୟକ ବେଗୁନିଆ ମିଳିତ ଶିକ୍ଷକ ସଂଘକୁ ଏକ ଶକ୍ତିଶାଳୀ ସଂଘରେ ପରିଣତ କରିବା ସହ ଶିକ୍ଷକ ମାନଙ୍କର ବୈଠକ ନିମନ୍ତେ ଏକ ବଡ଼ ହଲ୍ର ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇଦେବେ ବୋଲି କହିଥିଲେ । ଶିକ୍ଷକ ସଂଘ ତରଫରୁ ଦାସରଥି ବେହେରା, ରବିନ୍ଦ୍ର କୁମାର ମହାପାତ୍ର, ବସନ୍ତ କୁମାର ପ୍ରହରାଜ, ବଟକୃଷ୍ଣ ମଲିକ, ଶିଶିର କୁମାର ମହାପାତ୍ର, ବିପିନ ବେହେରା, ରବିନ୍ଦ୍ର କୁମାର ସାହୁ , ବସନ୍ତ ଜୟସିଂହ, ରାମଚନ୍ଦ୍ର ଷଣ୍ଢ, ସରୋଜ କୁମାର ବେହେରା ଏବଂ ପୁୂଲକ କୁମାର ସାହୁ ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରି ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ।