ନିର୍ମାଣ ଶ୍ରମିକଙ୍କୁ ଅତିରିକ୍ତ ସହାୟତା ପ୍ରଦାନ ସମେତ ବିଭିନ୍ନ ଦାବୀ
ଛତ୍ରପୁର:ନିର୍ମାଣ ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସହାୟତା ପ୍ରଦାନ କରିବା ସମେତ ଦୁଇ ଦଫା ଦାବୀ ନେଇ ଶନିବାର ଏଆଇଟିୟୁସି ସହ ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଇ -ମେଲ ଯୋଗେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ସଦସ୍ୟ ତଥା ଏଆଇଟିୟୁସି ନେତା ପ୍ରଶାନ୍ତ କୁମାର ପାଟ୍ଟଯୋଷୀ ନିବେଦନ ପତ୍ର ପଠାଇଛି l ଏହି ନିବେଦନ ପତ୍ରରେ ଦର୍ଶାଯାଇଛି ଯେ ରାଜ୍ୟ ସରକାର କରୋନା ଭୂତାଣୁ ଜନୀତ ମହାମାରୀକୁ ରୋକିବା ପାଇଁ ଜାରିହୋଇଥିବା ଲକ ଡ଼ାଉନ ସମୟକୁ ଓଡିଶାରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିବାନିଷ୍ପତି କୁ ଏଆଇଟିୟୁସି ସହବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁଆମେ ଦୃଢ଼ ସମର୍ଥନ କରୁଅଛୁ । ଲକ ଡ଼ାଉନ୍ ଯୋଗୁଁ ଅସୁବିଧାରେ ପଡ଼ିଥିବା ନିର୍ମାଣଶ୍ରମିକମାନଙ୍କୁ ସହାୟତା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡ ପକ୍ଷରୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଘୋଷଣାକୁ ଆମେ ସ୍ୱାଗତ ଜଣାଉଛୁ ।ଲଡ଼ାଉନ୍ ପରିସ୍ଥିତିରେ ଶ୍ରମଜୀବି ଜନସାଧାରଣ ବିଶେଷ କରି କାମଧନ୍ଦା ନଥାଇ ହାତବାନ୍ଧିବସିଥିବା ନିର୍ମାଣ ଶ୍ରମିକ, ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଅସଂଗଠିତ ଶ୍ରମିକଙ୍କ ଅବସ୍ଥା ଚିନ୍ତାଜନକ ହୋଇଛି । ଏହି ଦୃଷ୍ଟିରୁ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ଏହି ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା କେତେକ ସମସ୍ୟା ଉପରେ ବିଚାରକରି ଆବଶ୍ୟକ ପଦକ୍ଷେପଗ୍ରହଣ କରିବାକୁ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ସେଗୁଡିକ ହେଲା ଯେଉଁ ନିର୍ମାଣ ଶ୍ରମିକମାନେ ତିନିବର୍ଷରୁ ଉର୍ଧ୍ଵ ବା ଦେୟ ପୈଠ କରିନାହାନ୍ତି କିନ୍ତୁ ବୋର୍ଡ଼ର ନିଷ୍ପଭି ଅନୁସାରେ ବକେୟା ବାର୍ଷିକ ଦେୟ ପୈଠ କରିବା ପାଇଁ ଦରଖାସ୍ତ ଦେଇ କ୍ଷମାଭିକ୍ଷା କରିଛନ୍ତି ଏବଂସେମାନଙ୍କ ର ଦରଖାସ୍ତ ଜିଲ୍ଲା ଶ୍ରମ ଦପ୍ତରର ଅବହେଳା ହୋଇ ପଡ଼ି ରହିଛି, ସେମାନଙ୍କୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯାଉ ।।ସେହିପରି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ଵାରାଆଦାୟ ହେଉଥିବା ସେସ୍ ପାଣ୍ଠି ରୁ ଦିଆଯାଇଥିବା ଏହି ୧୫୦୦ ଟଙ୍କାର ଆର୍ଥିକ ସହାୟତାଅତ୍ୟନ୍ତ ସ୍ଵଳ୍ପ ହୋଇଥିବା ଦୃଷ୍ଟିରୁ ଘରେ ଆବଦ୍ଧ ହୋଇ ରହି କୌଣସି କାମଧନ୍ଦାରୁ ବଞ୍ଚିତନିର୍ମାଣ ଶ୍ରମିକମାନଙ୍କୁ ଲକଡ଼ାଉନ୍ ସମୟ ବୃଦ୍ଧିହେତୁ ରାଜ୍ୟ ସରକାର ଅତିରିକ୍ତ୧୫୦୦ ଟଙ୍କା ସହାୟତା ଦେଲେ ଅତ୍ୟନ୍ତ ଉପକୃତ ହେବେ । ଗରିବ ନିର୍ମାଣ ଶ୍ରମିକଙ୍କୁ ଆଜିର କଷ୍ଟକର ପରିସ୍ଥିତିରେ ରାଜ୍ୟ ସରାକରଙ୍କ ନିଜସ୍ବ ପାଣ୍ଠିରୁ କୋଭିଡ଼ ୧୯ ରିଲିଫ୍
ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଇଛି l


