‘କରୋନା’ ପିଡିତଙ୍କୁ ସାହାଯ୍ଯାର୍ଥେ ସହଯୋଗର ହାତ ବଢ଼ାଇଲା ରାଇରଙ୍ଗପୁରର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ‘ଲିଟିଲ ଫ୍ଲାଓ୍ବାର ସ୍କୁଲ’
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମାନବ ସମାଜ ସମ୍ମୁଖରେ ଏକ ଅଦୃଶ୍ୟ ଶତ୍ରୁ ମହାମାରୀ ‘କରୋନା’ ଉଭା ହୋଇଛି ।ଧନି ଗରିବ କିଛି ମାନୁନି । ନିଃଶ୍ବାସକୁ ବିଶ୍ବାସ ନାହିଁ । ନିଃଶ୍ବାସରେ ପଶି କାବୁ କରି ଦେଉଛି ମଣିଷକୁ । ଏହାକୁ ନେଇ ସାରା ବିଶ୍ବ ଥରହର । ଆର୍ଥିକ ଦୁର୍ବଳ ଭାରତର ଲୋକସଂଖ୍ୟା ୧୩୫ କୋଟିରୁ ଉର୍ଦ୍ଧ୍ବ ତନ୍ମଧ୍ୟରୁ ଓଡ଼ିଶାର ଲୋକସଂଖ୍ୟା ୪.୩ କୋଟିରୁ ଉର୍ଦ୍ଧ୍ବ ।କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ,ମାସ୍କ, ହସ୍ପିଟାଲ, ଔଷଧ,ପିନ୍ଧା ସାମଗ୍ରୀ । ସାମାଜିକ ଦୂରତ୍ବ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଆଉଟ୍ ଜାରି ରଖିଛନ୍ତି । ଭାରତର ଗରିବି ୯୫ ଲକ୍ଷରୁ ଉର୍ଦ୍ଧ୍ବ ପରିବାର କାମଧନ୍ଦା ନ ପାଇ ଭୋକ ଉପବାସରେ ଆଉଟୁ ପାଉଟୁ ହେଉଛନ୍ତି ।ଯଦିଓ ସରକାର ସେମାନଙ୍କ ପାଇଁ ତିନି ମାସର ରେସନ ସାମଗ୍ରୀ ବ୍ୟବସ୍ଥା କରିଛନ୍ତି ହେଲେ ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକ । ଓଡ଼ିଶାର ଅର୍ଥନୀତି ମଧ୍ୟ ଭୁଷୁଡି ପଡିଛି । ତେଣୁ ଏଭଳି ବିପର୍ଯ୍ୟୟ ସମୟରେ ବହୁ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଯଥାସମ୍ଭବ ସାହାର୍ଯ୍ୟ ର ହାତ ବଢ଼ାଇଛନ୍ତି ।ଲୋକଙ୍କ ସେବା ପାଇଁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ‘ଲିଟିଲ ଫ୍ଲାଓ୍ବାର ସ୍କୁଲ’ ସହଯୋଗର ହାତ ବଢ଼ାଇଛି । ଅନୁଷ୍ଠାନର ସଂପାଦକ ବିଶିଷ୍ଟ ଯୁବ ସଂଗଠକ, ସମାଜସେବୀ କାଳି ପ୍ରସନ୍ନ ମହାନ୍ତି ଏବଂ ସଦସ୍ୟ ବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଜରିଆରେ ୭୦୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ଯଦିଓ ସମୁଦ୍ରକୁ ଶଙ୍ଖେ ହେବ ତଥାପି କିଛି ତ ଗରିବ ଲୋକଙ୍କ ସେବାରେ ଲାଗି ପାରିବ ! ସାରା ଓଡ଼ିଶା ଆଜି ଏକ ଵିରାଟ ବିପଦପୂର୍ଣ୍ଣ ସମୟରେ ଗତି କରୁଥିବା ବେଳେ ଲଙ୍କାରେ ସେତୁବନ୍ଧ ନିର୍ମାଣ ସମୟରେ ଗୁଣ୍ଡୁଚିର ଭୂମିକା ନିର୍ବାହ ଭଳି କାଳି ପ୍ରସନ୍ନ ମହାନ୍ତିଙ୍କ ଅଙ୍କରେ ଛୋଟ ହେଲେ ମଧ୍ୟ ସହଯୋଗର ରାଶି କିଛିଟା କାମରେ ଲାଗିବ ! ସମାଜସେବାକୁ ପିଲାଦିନରୁ ବ୍ରତି ରଖିଥିବା କାଳିଙ୍କର ଉଦ୍ଯମ ପ୍ରଶଂସନୀୟ ।


