ଜିଲ୍ଲାରେ ଆଉ ଗୋଟିଏ କରୋନା ପଜିଟିଭ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୂର୍ବରୁ ଜିଲ୍ଲାର ଆଳି ବ୍ଲକ ଅଂଚଳରେ ପ୍ରଥମେ ଗୋଟିଏ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ଗୋଟିଏ କରୋନା ପଜିଟିଭ ରୋଗୀ ରାଜନଗର ବ୍ଲକ ଅଂଚଳରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସଂପୃକ୍ତ କରୋନା ପଜିଟିଭ ମହିଳା ରୋଗୀ ଜଣଙ୍କ ବାହାର ରାଜ୍ୟରୁ ଆସିଥିବା ବେଳେ ସେ କ୍ୱାରେଂଟାଇନରେ ଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସଥିପାଇଁ ରାଜନଗର ବ୍ଲକର ସଂପୃକ୍ତ ରାଜସ୍ୱ ଗ୍ରାମ ସମେତ ସେହି ଗ୍ରାମର ଏକ ପଡା ଗ୍ରାମକୁ ସାନିଟାଇଜ କରାଯିବା ସହ ତାହାର ଚର୍ତୁପାଶ୍ୱର୍କୁ ସିଲ କରିଦିଆଯାଇଛି । ସେହି ଅଚଂଳରୁ କେହି ବାହାରକୁ ନଆସିବା ଏବଂ ବାହାରୁ ସେହି ଅଚଂଳକୁ କେହି ପ୍ରବେଶ କରିବା ଉପରେ କଟକଣା ଜାରିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ