ପୂର୍ବତନ ଛାତ୍ରସଂସଦ ସଭାପତିଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୧୦ହଜାର ଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଚିତ୍ତରଞ୍ଜନ ଦାସ ରବିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ – ୧୯ର ମୁକାବିଲା ପାଇଁ ୧୦ହଜାର ଟଙ୍କା ଦାନ କରିଛନ୍ତି । ପୂର୍ବତନ ଛାତ୍ର ସଂସଦ ସଭାପତି ଦାସ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଚେକ ପ୍ରଦାନ କରିଥିଲେ ।