ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଜରିଆରେ ଡ଼ିଜିଟାଲ ପେମେଣ୍ଟ ଦ୍ୱାରା ଅର୍ଥ ପ୍ରଦାନ
ନୂଆଦିଲ୍ଲୀ : ଜନ ଧନ ଜମାଖାତା ତଥା ଅନ୍ୟ ଜମାଖାତାଧାରୀଙ୍କ ଜମାଖାତା ସହ ସେମାନଙ୍କ ମୋବାଇଲ୍ ନମ୍ବର ଓ ଆଧାର (ଜନ ଧନ ଆଧାର- ମୋବାଇଲ (ଜାମ୍) କୁ ସଂଯୋଗ କରି ଦେଶରେ ଡ଼ିଜିଟାଲ ପେମେଣ୍ଟର ଏକ ବିଶାଳ ପାଇପଲାଇନ୍ ସ୍ଥାପନ କରାଯାଇପାରିଛି । ଏଭଳି ପାଇପଲାଇନର ଭିତ୍ତିଭୂମି ଡ଼ିବିଟି ପ୍ରଦାନ ସ୍ରୋତର ମେରୁଦଣ୍ଡ ପାଲଟିଛି ଏବଂ ତାହା ଲୋକମାନଙ୍କୁ ତ୍ୱରିତ ଆବଶ୍ୟକ ସୁବିଧା ଯୋଗାଇ ଦେଉଛି । ସାମାଜିକ ନିରାପତ୍ତା/ ପେନସନ ଯୋଜନା ଇତ୍ୟାଦି ମଧ୍ୟ ଏହି ସୁବିଧାରେ ସାମିଲ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡ଼ିୱାଇ) ୨୦୧୪ମସିହା ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିଲା ଏବଂ ବ୍ୟାଙ୍କ ଜମାଖାତା ନଥିବା ଲୋକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ସୁବିଧା ଯୋଗାଇ ଦେବା ହେଲା ଏହାର ମୂଳ ଲକ୍ଷ୍ୟ । ତଦନୁସାରେ ୨୦୨୦ମାର୍ଚ୍ଚ ୨୦ତାରିଖ ସୁଦ୍ଧା ୧୨୬କୋଟି ସଚଳ ‘କାସା’ ଆକାଉଣ୍ଟ ରହିଛି, ଏବଂ ପିଏମଜେଡ଼ିୱାଇ ଅଧୀନରେ 38 କୋଟିରୁ ଅଧିକ ବ୍ୟାଙ୍କ ଜମାଖାତା ଖୋଲାଯାଇଛି । ଏହା ଆନ୍ତଃଚଳନଧର୍ମୀ, ତ୍ୱରିତ ତଥା ସଠିକ ଦେଣନେଣକ୍ଷମ : ଏଭଳି ଜମାଖାତାଗୁଡ଼ିକରେ ଉଭୟ ନଗଦ ରାଶି ଏବଂ ଡ଼ିଜିଟାଲ କାରବାର କରାଯିବା ସହ ବ୍ୟାଙ୍କ ଶାଖା, ବ୍ୟବସାୟିକ ଦେଣନେଣ (ବିସି) ପଏଣ୍ଟ, ବ୍ୟବସାୟିକ ସ୍ଥାନରେ ଓ ଇଣ୍ଟରନେଟରେ ଏଭଳି କାରବାର କରାଯାଇଥାଏ । ଏଥିରେ ବାୟୋମେଟ୍ରିକ୍ ଆଇଡ଼ି ବ୍ୟବହାର କରି ଅତି ସୁଲଭ ପେମେଣ୍ଟ ସୁବିଧା ଯଥା ଏଇପିଏସ/ ଭୀମ ଆଧାର ପେ, ଉଭୟ ବ୍ୟାଙ୍କିଙ୍ଗ୍ ସେବା ଓ ଖୁଚୁରା ପେମେଣ୍ଟ ପାଇଁ ସୁବିଧା କରାଯାଇଛି । ଡ଼ିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ନିମ୍ନଲିଖିତ ମୋଡ଼ମାନ ରହିଛି : ଏଇପିଏସ: ଯାହା ଆଧାର ପ୍ରମାଣ ଦେଖାଇ ବ୍ୟାଙ୍କ ଶାଖା/ ବିସି ଲୋକେସନରେ ଟଙ୍କା ଉଠାଣରେ ସହାୟକ ହୋଇଥାଏ । ଭୀମ୍ ଆଧାର ପେ: ଏହା ଆଧାର ପ୍ରମାଣନ ସହ ବ୍ୟବସାୟିକ ପେମେଣ୍ଟ କରିବାକୁ ସକ୍ଷମ । ରୁପେ ଡେବିଟ୍ କାର୍ଡ଼: ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ମୋଟ ୬୦.୪କୋଟି ରୁପେ କାର୍ଡ଼ ବଣ୍ଟନ କରାଯାଇଛି ଯେଉଁଥିରେ ୨୯କୋଟି କେବଳ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡ଼ିୱାଇ) ଜମାଖାତାଧାରୀଙ୍କୁ ପ୍ରଦାନ କରାଯାଇଛି । ସେହିସବୁ କାର୍ଡ଼କୁ ଏଟିଏମରେ ଟଙ୍କା ଉଠାଣ କାର୍ଡ଼ ଭାବେ ଏବଂ ବିକ୍ରୟ ପଏଣ୍ଟ (ପିଓଏସ) ଓ ଇ- କମର୍ସ ପଏଣ୍ଟରେ ଡ଼ିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରୁଛି । ୟୁପିଆଇ: ତୁରନ୍ତ ରିଅଲ୍ ଟାଇମ୍ ପେମେଣ୍ଟ ବ୍ୟସ୍ଥା ଯାହା ଉଭୟ ଜଣେ ବ୍ୟକ୍ତିଙ୍କ ଠାରୁ ଦ୍ୱିତୀୟ ବ୍ୟକ୍ତି (ପିଟୁପି) ଏବଂ ଜଣେ ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ (ପିଟୁଏମ)ଙ୍କୁ ଡ଼ିଜିଟାଲ ମୋଡ଼ରେ ଅର୍ଥ ହସ୍ତାନ୍ତର କରାଯାଇପାରିବ । ବିବିପିଏସ: ଏହା ୟୁଟିଲିଟି ବିଲ୍ କୁ ଇଣ୍ଟରନେଟ ମାଧ୍ୟମରେ ପେମେଣ୍ଟ କରିବାରେ ସହାୟକ ହୋଇଥାଏ ଏବଂ ବିସି ଲୋକେସନରେ ଏହାକୁ ଉଭୟ ନଗଦ ରାଲି ଓ ଡ଼ିଜିଟାଲ ମୋଡ଼ରେ ବ୍ୟବହାର କରାଯାଇପାରୁଛି । ଉପରେ ବର୍ଣ୍ଣିତ ଡ଼ିଜିଟାଲ ପେମେଣ୍ଟ ସଂସାଧନ ବ୍ୟବହାର କରି, ୩୦କୋଟିରୁ ଅଧିକ ଗରିବ ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ୨୮,୨୫୬କୋଟି ଟଙ୍କାର ଆର୍ଥିକ ସହାୟତା ପାଇପାରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 26 ମାର୍ଚ୍ଚ ତାରିଖ ଦିନ କୋଭିଡ-୧୯ସଂକ୍ରମଣ ଯୋଗୁ ଉତ୍ପନ୍ନ ସ୍ଥିତିରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ସକାଶେ ଏହି ବ୍ୟବସ୍ଥାର ଘୋଷଣା କରିଥିଲେ । ହିତାଧିକାରୀମାନଙ୍କ ନିମନ୍ତେ ୧୦ ଅପ୍ରେଲ ୨୦୨୦ପର୍ଯ୍ୟନ୍ତ ନିମ୍ନଲିଖିତ ରାଶି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ପ୍ରଦାନ କରାଯାଇଛି ।