କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଦ୍ୱାରା ୟୁକ୍ତି ୱେବ ପୋର୍ଟାଲ ଶୁଭାରମ୍ଭ
ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ (ନିଶଙ୍କ) ଆଜି ନୂଆଦିଲ୍ଲୀଠାରେ ୟୁକ୍ତି (YUKTI) ୱେବ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟର ତଦାରଖ ଏହି ପୋର୍ଟାଲ ଓ ଡାସବୋର୍ଡ କରିପାରିବ । କୋଭିଡ-୧୯ର ମୁକାବିଲା ନେଇ ନିଆଯାଉଥିବା ପୁଙ୍ଖାନୁପୁଙ୍ଖ ତଦାରଖ କରିବା ସାମର୍ଥ୍ୟ ଏହି ପୋର୍ଟାଲର ରହିଛି । ପୋର୍ଟାଲ ଶୁଭାରମ୍ଭ ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆମ ଶିକ୍ଷାର୍ଥୀମାନେ ବିଶେଷ କରି କିଭଳି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ଓ ସେମାନଙ୍କର ନିରନ୍ତର ଶିକ୍ଷାଲାଭ ବଳବତ୍ତର ରହିବ ତାହା ଦେଖିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟ ସାଧନ କିଭଳି ସମ୍ଭବ ତାର ତଦାରଖ କରିବା ଏହି ପୋର୍ଟାଲର ଉଦ୍ଦେଶ୍ୟ । ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି କରୋନା ସଂକ୍ରାନ୍ତରେ ହେଉଥିବା ଗବେଷଣା ଓ ସର୍ବୋପରି ଛାତ୍ରଛାତ୍ରୀଙ୍କର କଲ୍ୟାଣ ବିଷୟ ଏହି ପୋର୍ଟାଲରେ ତଦାରଖ ହେବ । ଯେପରି ଗୁଣାତ୍ମକ ଓ ସଂଖ୍ୟାତ୍ମକ ମାନଦଣ୍ଡ ବଜାୟ ରହେ ତାହା ଏହି ପୋର୍ଟାଲ ଜରିଆରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ତଦାରଖ କରାଯାଇପାରିବ । ପୋର୍ଟାଲ ବଳରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଉତ୍ତମ ଯୋଗସୂତ୍ର ରହିବ, ଯାହା ଫଳରେ କି ମନ୍ତ୍ରଣାଳୟ ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନଗୁଡିକୁ ସିଠିକ ମାର୍ଗରେ ପରିଚାଳିତ କରିପାରିବ। ଏହି ୱେବ ପୋର୍ଟାଲ ୟୁକ୍ତି ତାହାର ନାମକୁ ସାକାର କରିବା ସହ ଦେଶର ଗବେଷଣା ଓ ସର୍ବୋପରି ନାଗରିକମାନଙ୍କ ହିତସାଧନ କରିପାରିବ ।