କୋଣାର୍କ ମାଛ ବଜାର ହେଲିପ୍ଯାଡ଼୍ କୁ ସ୍ଥାନାନ୍ତର

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବଜାରରେ ଥିବା ମାଛ ମାର୍କେଟ କୁ ଗୋପ ତହସିଲ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ହେଲି ପ୍ଯାଡ କୁ ସ୍ଥାନାନ୍ତରିତ କରାଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସ୍ଥିତ ମାଛ ମାର୍କେଟ କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ୫ ଦିନ ତଳେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସିଲ କରାଯାଇଥିଲା। ମାତ୍ର ସ୍ଥାନୀୟ ପ୍ରଶାସନ ର ନିର୍ଦ୍ଦେଶନାମା ସତ୍ଵେ ସାମାଜିକ ଦୂରତା ରକ୍ଷା କରିବା ପରିବର୍ତ୍ତେ ଜନ ସମାଗମ ଲାଗି ରହିଵାରେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ, କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଓ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଗଠିତ ଏକ ଟିମ ରଵିଵାର ସକାଳ ୭ଟା ସମୟରେ କୋଣାର୍କ ବାଣପଦା ପଡିଆ ଓ କୋଣାର୍କ ହେଲିପ୍ଯାଡ଼୍ ପଡିଆ ବୁଲି ଦେଖିବା ପରେ ମାଛ ମାର୍କେଟ କୁ ଲକ ଡାଉନ ଅବଧି ଶେଷ ହେବା ପର୍ଯ୍ୟନ୍ତ ହେଲିପ୍ଯାଡ ସ୍ଥାନାନ୍ତରିତ କରିଛନ୍ତି। କରୋନା ମହାମାରୀ ଦାଉରୁ ଧନଜୀବନ ରକ୍ଷା କରିବା ପାଇଁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ କୋଣାର୍କ ଠାରୁ ୧କିମି ଦୂର ହେଲି ପ୍ଯାଡ କୁ ଉଠା ଯାଇଥିବା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ପ୍ରକାଶ କରିବା ସାମାଜିକ ଦୂରତା ରକ୍ଷା ଓ ମାସ୍କ ଵ୍ଯଵହାର କୁ କଡା କଡି କରାଯିବା ପାଇଁ ଗୋପ ତହସିଲଦାର ଙ୍କ ନେତୃତ୍ୱରେ ଗଠିତ ଏକ ଟିମ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ