କରୋନା ସଚେତନତା ସ୍ୱେଚ୍ଛାସେବୀ ସଂଗଠନଙ୍କର ଦେଖାନାହିଁ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ସମଗ୍ର ବିଶ୍ୱକୁ ଥରାଇ ଦେଇଛି ବିଶ୍ୱମହାମାରୀ କରୋନା । ଦେଶକୁ କରୋନା ବିପତ୍ତି କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଉପଯୋଗୀ ପଦକ୍ଷେପ ନେଇଛନ୍ତି । ରାଜ୍ୟସରକାର ମଧ୍ୟ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଏହି ସମୟରେ ହାତଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦ୍ୱରତ୍ୱ ରକ୍ଷା କରିବା ଭଳି ସଚେତନତା ବାର୍ତ୍ତା ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେଉଛି । ଏହାକୁ କାର୍ଯ୍ୟ କରିବା ପାଇଁ ଏକମାତ୍ର ପ୍ରଶାସନ, ପୋଲିସ ଅଣ୍ଟାଭିଡିଥିବା ବେଳେ କୁଆଡେ ଗଲେ ସ୍ୱେଚ୍ଛାସେବୀ ସଂଗଠନ ର ଏହି ସ୍ୱେଚ୍ଛାସେବୀ ସଂଗଠନ ଓ ଏହାର ମୁଖ୍ୟ ମାନେ ଅନ୍ୟସମୟରେ ସାମାଜିକ ଗଣମାଧ୍ୟମରେ ନିଜର ଫଟୋ ପୋଷ୍ଟ କରିବା ଦେଖିବାକୁ ମିଳେ । ମାତ୍ର ଏହି ମହାବିପତ୍ତି ସମୟରେ ସେମାନେ ଆଗଇ ଆସି ସାମାଜିକ ଦ୍ୱରତ୍ୱ ରକ୍ଷାକରି ଜନସାଧାଣଙ୍କୁ ତ ସଚେତନ କରେଇ ପାରନ୍ତି । କିନ୍ତୁ ବନ୍ଦର ସହର ପାରାଦ୍ୱୀପରେ ଏହି ଭଳି ଅନେକ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ଥିବା ବେଳେ ବାହାସ୍ପୋଟ ମାରୁଥିବା ଏହି ସଂଗଠନ କିମ୍ବା ଏହାର ମୁଖ୍ୟ ମାନଙ୍କର ଦେଖାନଥିବା ସାଧାରଣରେ ଏମାନଙ୍କର କାର୍ଯ୍ୟଧାରାକ ନେଇ ପ୍ରଶ୍ନ ଉଠୁଛି ।


