ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବିଜୁ ଜନତା ଦଳ ତରଫ ରୁ ମା ବାସଙ୍ଗ ଠାକୁରାଣୀ ମନ୍ଦିର ପରିସର ରେ ଆଜି ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ଆସିକା ଲୋକସଭା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଏବଂ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବେଲଗୁଣ୍ଠା ବ୍ଲକ୍ ର ୧୮ ଟି ପଞ୍ଚାୟତ ର ସମସ୍ତ ସରପଞ୍ଚ,ସମିତିସଭ୍ୟ ଙ୍କ ସହିତ ସମସ୍ତ ପଞ୍ଚାୟତ ର ବାସିନ୍ଦା ଯୋଗଦେବା ସହ ପୂର୍ଣ୍ଣଚନ୍ଦ୍ର ଙ୍କୁ ଏବଂ ପ୍ରମିଳା ଙ୍କୁ ଉପଢୌକନ ଦେବା ସହ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିପୁଳ ସଂଖ୍ୟା ରେ ବିଜୟ ହୋଇଥିବା କାରଣ ରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ଜନସାଧାରଣ ଙ୍କ ଏହି ବିଜୟ ବୋଲି କହିଥିଲେ।ସାଂସଦ ପ୍ରମିଳା ବିଷୋୟୀ ସମସ୍ତ ମା ମାନଙ୍କୁ ଧନ୍ୟବାଦ୍ ଦେବା ସହ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜିତାଇଥିବାରୁ ସମସ୍ତ ଭୋଟର୍ ଙ୍କ ପାଖରେ ମୁଁ ରୁଣି ବୋଲି କହିଥିଲେ ପ୍ରମିଳା।ଏହି ସଭାରେ ଗୀତ ମଧ୍ୟ ଗାଇଥିଲେ ପ୍ରମିଳା।


