କଠିନ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ
ଚିକିଟି ,( ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ପରିସରରେ ସୋମବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଜନା ଆନୁକୁଲ୍ୟରେ କାର୍ଯ୍ୟନିର୍ବାହି ଅଧିକାରୀ ସୁଜିତ କୁମାର ଚୈାଧୁରୀଙ୍କ ଅଧକ୍ଷତାରେ କିପରି କଠିନ ବର୍ଜ୍ୟବସ୍ତୁ କିପରି ସଂଗ୍ରହ କରାଯାଇ ତାକୁ କିପରି ଜୈବିକ ଖତରେ ପରିଣତ କରାଯିବ ସେ ଉପରେ ଆଲୋକପାତ କରାଯାଇଥିଲା । ଅଂଚଳରେ ଦିନକୁ ଦୁଇ ଅଳିଆ ସଂଗହକାରୀ ଦଳ ପହଞ୍ଚି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଚିକିଟି ଅଂଚଳରେ ସରସ ସୁନ୍ଦର କରିବା ନିମନ୍ତେ ୧୨ ଟି ୱାର୍ଡରେ ସ୍ୱଚ୍ଛତା ନିମନ୍ତେ ସରକାରୀ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ବାହ୍ୟ ମଳତ୍ୟାଗକୁ ରୋକିବା ନିମନ୍ତେ ୪ ଗୋଟି ୟୁରିନିଆଲ ମଧ୍ୟ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନଏସି କର୍ମକର୍ତ୍ତା ସମେତ ଅଙ୍ଗନବାଡି କର୍ମୀ , ଯୋଗଦେଇଥିବା ବେଳେ ସ୍ୱଚ୍ଛ ପରିମଳ ସଂଯୋଜକ ଝଲକ ଦାସ ତାଲିମ ପ୍ରଦାନ କରିଥିଲେ ।


