୧୯୮୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍‍): ବୋଲଗଡ଼ ବ୍ଲକ୍ ତାଳତୁମ୍ବ ପଶ୍ଚିମେଶ୍ୱର ବିଦ୍ୟାପୀଠ ୧୯୮୮ ବ୍ୟାଚ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଗଡ଼ମାଣତୀର ରାମଚଣ୍ଡୀପୀଠରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରଘୁନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚ୍ ଛାତ୍ରଛାତ୍ରୀ ତାଳତୁମ୍ବ, ବୋରିକୋ ଓ ନାରାୟଣୀପଡ଼ା ୟୁଜିଏମଇ ସ୍କୁଲର ପ୍ରାକ୍ତନ ଶିକ୍ଷକମାନଙ୍କୁ ଗୁରୁ ପୂଜନ ନିମନ୍ତେ ନିମନ୍ତ୍ରଣ କରିଥିଲେ । ଉତ୍ସବରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ମୁଖ୍ୟ ଅତିଥି, କବି ବଳରାମ ରଣସିଂହ ମୁଖ୍ୟବକ୍ତା ଓ କବି ରଘୁନାଥ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ହାଇସ୍କୁଲ୍ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବେହେରା, ସତ୍ୟବାଦୀ ସାହୁ, ନାରାୟଣ ବେହେରା, ବସନ୍ତ କୁମାର ରଣସିଂହ, ସୁଶୀଲ କୁମାର ସାହୁ, ପଞ୍ଚାନନ ମହାନ୍ତି, ମୋକିମ୍ ଖାଁ, ପବିତ୍ର କୁମାର ବେହେରା, ବେଣୁଧର ରାଉତ, ରବିନ୍ଦ୍ର ବେହେରା, ହରିହର ବେହେରା ଓ ବ୍ରଜ କିଶୋର ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ଉପହାର ପ୍ରଦାନ କରାଯାଇ ଗୁରୁପୂଜନ କରାଯାଇଥିଲା । କାର୍ଯ୍ୟକ୍ରମର ସଞ୍ଚାଳକ ସନ୍ତୋଷ କୁମାର ବେହେରା ସ୍ୱାଗତ ଭାଷଣ, ମନୋରଞ୍ଜନ ରଥ ଅତିଥି ପରିଚୟ ଓ ସଦାନନ୍ଦ ବେହେରା ଧନ୍ୟବାଦ ଦେଇଥିଲେ । ଯୋଗେନ୍ଦ୍ର ରାଉତ, ଅଭିମନ୍ୟୁ ମହାନ୍ତି, ପ୍ରମୋଦ ମାର୍ଥା, ରାଧାମୋହନ ରାଉତରାୟ ଓ ପ୍ରସନ୍ନ ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନା କରିଥିଲେ । ସର୍ବପ୍ରଥମେ ପରଲୋକ ଗମନ କରିଥିବା ସହପାଠୀ ଶାନ୍ତିଲତା ବେହେରା, ପ୍ରତିମା ପଟ୍ଟନାୟକ, ଛବିରାଣୀ ମଙ୍ଗରାଜ ଓ ଦାଶରଥି ସାହୁଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଦୀର୍ଘ ୩୨ ବର୍ଷ ବ୍ୟବଧାନରେ ଏହି ବନ୍ଧୁମିଳନ ହୋଇଥିବାରୁ ସପରିବାର ଆସିଥିବା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା । ଆସନ୍ତା ବର୍ଷ ଏକ ସ୍ମରଣିକା ପ୍ରକାଶ ପାଇବା ପାଇଁ ସ୍ଥିର କରାଯାଇଥିଲା । ଅତିଥି ଓ ପୂର୍ବତନ ଶିକ୍ଷକମାନେ ସମାଜରେ ଭଲ ମଣିଷ ସୃଷ୍ଟି କରିବା ପାଇଁ ବାର୍ତ୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ