ଓଲଟିଲା ଯାତ୍ରୀବାହୀ ବସ୍ ୧୦ରୁ ଊଦ୍ଧ୍ୱର୍ ଆହତ
ଖୋର୍ଦ୍ଧା(ଜୁଗାବ୍ଦ ନ୍ୟୁଜ୍): ସୋମବାର ଅପରାହ୍ଣ ଗୋଟାଏରେ ୫୭ନଂ ଜାତୀୟ ରାଜପଥର ଜାଗୁଳିପାଟଣାଠାରେ ଏକ ଯାତ୍ରୀବାହୀ ବସ୍ ଭାରସ୍ୟାମ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଏଥିରେ ପ୍ରାୟ ୧୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିବା ବସ୍ (ଓଆର ୦୨କ୍ୟୁ ୨୯୧୮)ରେ ଅଧିକ ଯାତ୍ରୀ ଯାଉଥିବାରୁ ଭାରସ୍ୟାମ ହରାଇ ଜାଗୁଳିପାଟଣାଠାରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।


