ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ନିକଟସ୍ଥ ଵାଂଗର ସ୍ଥିତ ପୁରୀ ଜେଲ ପରିସରରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଜେଲ ଅନ୍ତେବାସୀ ଓ କର୍ମଚାରୀ ମାନଙ୍କୁ କରୋନା ଦାଉରୁ ରକ୍ଷା ପାଇବା ନିମନ୍ତେ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଛି। କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିଵା ସହ ସାନିଟାଇଜର ଦ୍ଵାରା ହାତ ସଫା କରି ସଚେତନତା ସୃଷ୍ଟି କରିଵା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏହି ନିୟମ ଆଧାରରେ କାକଟପୁର ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୁରୀ ଜିଲ୍ଲା ଅନ୍ତେବାସୀ, ଏବଂ କର୍ମଚାରୀ ମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୩୫୦ରୁ ଉର୍ଦ୍ଧ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସେଠୀ ଙ୍କ ସାମ୍ପ୍ରତିକ ସମୟରେ ଏପରି ଜନକଲ୍ୟାଣ ମୂଳକ ପଦକ୍ଷେପ କୁ କୋଣାର୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ମହଲ ରେ ଭୂୟସୀ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ କୋଣାର୍କ ତଥା କାକଟପୁର ଓ ଗୋପ ଅଂଚଳ ରେ ଲକ ଡାଉନ ଯୋଗୁଁ ତାଲା ବନ୍ଦ ପରିସ୍ଥିତି ରେ ଘରେ ରହିଥିବା ଶ୍ରମିକ, ଦିନ ମଜୁରିଆ ଓ ଗରିଵ ଶ୍ରେଣୀ ର ଜନସାଧାରଣ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ମାକ୍ସ ଏବଂ ସାନିଟାଇଜର ଯୋଗାଇ କରୋନା ମୁକାବିଲା ରେ ନିଜକୁ ନିୟୋଜିତ କରିଵେ ଵୋଲି ଏହି ଅବସରରେ ପ୍ରକାଶ କରିଛନ୍ତି।