ଚାଳକ ଚିହ୍ନଟ ଓ ଆର୍ଥିକ ସହାୟତା ଦାବିରେ ତହସିଲଦାର ଙ୍କୁ ସ୍ମାରକପତ୍ର ପ୍ରଦାନ
ଗଞ୍ଜାମ: ଓଡ଼ିଶା ମୋଟର ଚାଳକ ସଙ୍ଘ ଗଞ୍ଜାମ ଶାଖା ପକ୍ଷରୁ, ଲକଡାଉନ ଯୋଗୁ ଚାଳକ ଚିହ୍ନଟ କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଦାବିରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜମ ତହସିଲଦାର ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଆଜି ସଙ୍ଘର ଉପଦେଷ୍ଟା ଗୌରୀ ଶଙ୍କର ବାରିକ, ସଭାପତି ଭିମା ରେଡି, ସମ୍ପାଦକ ଉମା ଶଙ୍କର ତରାଇ, କୋଷାଧ୍ୟକ୍ଷ ଶବର ଗୌଡ଼ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ତହସିଲଦାର ସାହୁ ଙ୍କୁ ଭେଟି କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଲାଗୁହେବା ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ପୁଣି ଦୁଇ ସପ୍ତାହ ଲକଡାଉନ କୁ ବୃଦ୍ଧି କରାଯାଇଛି , ଯାହାଫଳରେ ଗାଡି ଚାଳକ ମାନେ କାମ ନ ପାଇ ତାଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ପ୍ରଶାସନ ପକ୍ଷରୁ ଚାଳକ ଚିହ୍ନଟ କରି ସେମାନ ଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବିକରିଛନ୍ତି