ମେଡ଼ିକାଲ ଟିମ ର କାର୍ଯ୍ୟ ଅନୁଧ୍ୟାନ କଲେ ବିଡ଼ିଓ
ଗଞ୍ଜମ,(ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ପ୍ରଶାସନ ତରଫରୁ କରୋନା ସଂକ୍ରମଣ ଭୟବତା କୁ ରୋକିବ ପାଇଁ ଜିଲ୍ଲାର ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଳକ ର ମେଡିକାଲ ଟିମ ଯାଞ୍ଚ କରୁଥିବା ସମୟ ରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ହଠାତ ପହଞ୍ଚି ଅନୁଧ୍ୟାନ କରିଥିବା ଦେଖାଯାଇଛି ।ରାମଗଡ଼ ପଂଚାୟତ ର ହଂସପୁର ଗ୍ରାମରେ ଯେଉଁ ମାନଙ୍କର କାଶ, ଜ୍ୱର, ସ୍ବାସ ପାକ୍ରିୟା ରେ ସମସ୍ୟା ହୋଇଥିବ ନେଇ ଟାଣ ଖରାରେ ଡାକ୍ତର ନିବେଦିତା, ମହିଳା ସ୍ୱାସ୍ଥ୍ୟକର୍ମୀ ଅନିତା ସାମନ୍ତ ସିଂଘାର ଯାଞ୍ଚ କରୁଥିବା ବେଳେ ବିଡ଼ିଓ ରାୟ ପହଞ୍ଚି ବହୁସମୟ ଧରି ଟିକନିଖ ଅନୁଧ୍ୟାନ କରିଥିଲେ । ଆଶାକର୍ମୀ ସରୋଜିନୀ ନାୟକ, ଅଙ୍ଗନାବାଡ଼ି ଦିଦି କାମେଶ୍ୱରି ପ୍ରମୁଖ ଉପସ୍ଥିତ ଥିଲେ ।