ହୋଟେଲ କର୍ମଚାରୀ ଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଫୁଲବାଣୀ ରୋଡ ରେ ଥିବା ରୟାଲ ଭିଉ ହୋଟେଲରେ କାମ କରୁଥିବା ବାବୁଲା ଦାସ ଆଜି ସକାଳେ ଭଞ୍ଜନଗର ବେଲେସ୍ୱର ଘାଇ କୁ ଗାଧେଇବାକୁ ଯାଇଥିବା ବେଳେ ଲାଲସିଂ ଗ୍ରାମର ପ୍ରଶାନ୍ତ ପ୍ରଧାନ ଓ ଛେଦା ଭୂମି ଗ୍ରାମର ସୀମାଞ୍ଚଳ ଗୌଡ଼ ସହ କୌଣସି କାରଣ କୁ ନେଇ ଝଗଡା ସୃଷ୍ଟି ହୋଇଥିଲା।ଏଥିରେ ଉତ୍ତ୍ୟକ୍ତ ହୋଇ ରାଗୀ ଯିବା ସହ ପ୍ରଶାନ୍ତ ଓ ସୀମାଞ୍ଚଳ ମିଶି ବାବୁଲାକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।ଗୁରୁତର ଅବସ୍ଥାରେ ବାବୁଲାକୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ଅଣା ଯାଇଥିଲା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ପୋଲିସ ପ୍ରଶାନ୍ତ ଓ ସୀମା ଙ୍କୁ ଥାନା ରେ ଅଟକ ରଖିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ