ପ୍ରଶାସନ ତରଫରୁ ଚେକିଙ୍ଗ ଜୋରଦାର, ୧୪ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆଜି ଭୋର ୫ ଘଟିକା ଠାରୁ ସହର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଚେକିଙ୍ଗ କରାଯାଇଛି | ସଚେତନ କରିବା ସତ୍ୱେ ଜନସାଧାରଣ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି | ୨ ଚକିଆ ଯାନ ବାରଣ ସତ୍ୱେ ରାସ୍ତାରେ ବାଇକ ଦୌଡୁଛି | ଏହାକୁ ଲକ୍ଷ୍ୟ କରି ଭଞ୍ଜନଗର ଉପଜିଲ୍ଲାପାଳ ନିଜେ ଭୋରରୁ ବାହାରି ପ୍ରାପ୍ତ ବ୍ରହ୍ମଣରେ ଲୋକଙ୍କୁ ତାଗିଦ କରିଥିଲେ | ଏହାର ପୁନରା ବୃତ୍ତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ | ଏହାଛଡା ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ସକାଳ ୭ ଘଟିକା ଠାରୁ ୧୨ ଘଣ୍ଟା ସମୟ ପର୍ଯ୍ୟନ୍ତ ଧାର୍ଯ୍ୟ  ହେଇଛି | କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ପାଇଥିଲେ | କିଛି ତେଜରାତି ଦୋକାନୀ ୬ ଘଟିକା ଠାରୁ ହିଁ ଦୋକାନ ଖୋଲିଥିଲେ | ଉପଜିଲ୍ଲାପାଳ ଏହାଦେଖି କଟକଣା କୁ ଅବମାନନା ଅଭିଯୋଗରେ ସହରର ମୁଖ୍ୟ ରାସ୍ତାରେ ଥିବା ୨ ତେଜରାତି ଦୋକାନୀ ଠାରୁ ୧୦ ହଜାର ଜୋରିମାନା ଆଦାୟ କରିଛନ୍ତି | ଏବଂ ବିଭିନ୍ନ ବାଇକ ଆରୋହୀଙ୍କ ଠାରୁ ୪ ହଜାର  ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି | ଏବଂ ୩ ବାଇକ କୁ ଥାନାରେ ଅଟକ ରଖା ଯାଇଛି | ଆଗକୁ ଏହିପରି ଭାବେ ଚଢଉ କୁ ଜୋରଦାର କରିବା ସହ ଅମାନିୟାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ