ଗଜପତି ଜିଲ୍ଲାର ଦ୍ୱିତୀୟ ଶିଶୁମିତ୍ର ଥାନା ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଥାନା ପରିସରରେ ଜିଲାର ଦ୍ୱିତୀୟ ଶିଶୁ ମିତ୍ର ଥାନା ଉଦ୍ଘାଟିତ ହୋଇଯାଇଛି । ବିଭିନ୍ନ ପରିସ୍ଥିତିରେ ପଡି ଅଥବା ଅଜ୍ଞାତରେ ଶିଶୁମାନେ ଅପରାଧ ଘଟାଇ କିମ୍ବା ଅପରାଧ ଦ୍ୱାରା ପିଢିତ ହୋଇ ପୋଲିସ୍ ଥାନାକୁ ଆସିଥାନ୍ତି । ଏହିପରି ଭାବରେ ଆସୁଥିବା ଶିଶୁମାନେ ନିଜକୁ ଦୋଷୀ କିମ୍ବା ଭୟାଳୁ ରୂପେ ବିବଚେିତ କରିଥାନ୍ତି । ସେହିପରି ଶିଶୁ ମାନଙ୍କର ମନରୁ ପୋଲିସ ଥାନା ପ୍ରତିଥିବା ଭୟ ତଥା ମାନସିକ ଦୁଃଚିନ୍ତାକୁ ଦୂର କରିବା ନିମନ୍ତେ ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଗଜପତି ପୋଲିସର ମିଳିତ ସହଯୋଗରେ ଗାରବନ୍ଧ ଥାନା ପରିସରରେ ଏହି ଶିଶୁ ମିତ୍ର ଥାନାକୁ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ଅବସରରେ ଆରକ୍ଷୀ ଅଧିକ୍ଷକ ଶର୍ମା କହିଛନ୍ତି ଯେ ଶିଶୁ ମିତ୍ର ଥାନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୟରେ ଅପରାଧ ଘଟାଇ କିମ୍ବା ଅପରାଧ ଦ୍ୱାରା ପିିଢିତ ହୋଇଥିବା ଶିଶୁମାନଙ୍କୁ ନିମନ୍ତେ ଜରୁରୀ ହୋଇଥାଏ । ସେଥିପାଇଁ ସେମାନେ ମନରେ ଭୟ ଓ ମାନସିକ ଚିନ୍ତାରେ ପଡିଯାଇଥାନ୍ତି । ସେହି ଶିଶୁ ମାନଙ୍କୁ ଥାନାରେ ରହିବା ସମୟସୀମାକୁ ଶିଶୁ ଉପକୂଳ କରିବାପାଇଁ ସେମାନଙ୍କର ଚିତବିନୋଦନ ପାଇଁ ବିଭିନ୍ନ ପ୍ରକାରର ଖେଳନା, ଚିତ୍ର ଓ ଗଳ୍ପ ସ୍ତମ୍ଭକୁ ନେଇ ଥାନାଟି ବେଶ୍ ଶିଶୁ ଉପଯୋଗୀ କରାଇବା ପାଇଁ ପୋଲିସ ବିଭାଗର ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଜିଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ସଭ୍ୟା ଅନୀତା ମିଶ୍ର, ଡିଏସ୍ପି ପ୍ରକାଶ ଜେନା, ପାରଳାଖେମୁଣ୍ଡି ଏସ୍.ଡି.ପି.ଓ. ଠାକୁର ପ୍ରସାଦ ପଣ୍ଡା, ଗାରବନ୍ଧ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ, ଗାରବନ୍ଧ ଥାନାର ସ୍ମୃତି ମଞ୍ଜରୀ ବଡଜେନା, ଗାରବନ୍ଧ ସରପଞ୍ଚ ବେଣୁ ଗୋପାଳ ରାଓ ପ୍ରମୁଖ ଯୋଗଦେଇଥିବାବେଳେ ଜିଲା ଶିଶୁ ସୁରକ୍ଷାର ସମସ୍ତ କର୍ମଚାରୀ ତଥା ଚାଇଲ୍ଡ ଲାଇନର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।