କୋରୋନା ମୁକାବିଲା ପାଇଁ ୬ ଅଧିକାରୀଙ୍କୁ ଭୁବନେଶ୍ବର ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରର ୪୬ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ବର ରାଜ୍ୟର କୋରୋନା ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛ। ରାଜଧାନୀ ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ବଢ଼ୁଥିବାରୁ ବୁଧବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜଧାନୀକୁ ୩ଟି ଜୋନ୍‌ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ଭୁବନେଶ୍ଵରରେ ସଂକ୍ରମଣ ରୋକିବାରେ କାର୍ଯ୍ୟ କରିବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଉତ୍ତର ଜୋନ୍‌ର ଦାୟିତ୍ୱରେ ଏସ୍‌ସି/ଏସ୍‌ଟି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଥିବା ବେଳେ ଦକ୍ଷିଣ-ପୂର୍ବ ଜୋନ୍‌ ଦାୟିତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି। ସେହିଭଳି ଦକ୍ଷିଣ-ପଶ୍ଚିମ ଜୋନ୍‌ର ଦାୟିତ୍ୱ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦିଆଯାଇଛି। ଉପରୋକ୍ତ ଅଧିକାରୀମାନେ କଣ୍ଟେନ୍‌ମେଣ୍ଟ୍‌ ଦାୟିତ୍ୱରେ ରହିବେ। ଭୁବନେଶ୍ୱରରେ ଯେପରି କୋରୋନା ନ ବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେବେ। ଯେଉଁ ଅଞ୍ଚଳରେ କୋରୋନା ପଜିଟିଭ ମିଳିବ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟରେ ତଦାରଖ କରିବେ। ସେହିଭଳି କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳରେ ଜରୁରୀ ସାମଗ୍ରୀ ଯୋଗାଇବା କଥା ମଧ୍ୟ ବୁଝିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ