ସ୍ୱାଇନ ଫ୍ଲୁଠାରୁ କୋରୋନା ଦଶ ଗୁଣା ଅଧିକ ଭୟଙ୍କର: ହୁ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସୋମବାର ଚେତାବନୀ ଦେଇ କହିଛି ଯେ ଗତ ବର୍ଷ ଚୀନର ଉହାନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ରୋଗ ସ୍ୱାଇନ୍ ଫ୍ଲୁ ଅପେକ୍ଷା ୧୦ ଗୁଣ ଅଧିକ ମାରାତ୍ମକ। ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସିୟସ୍ କହିଛନ୍ତି, କୋରୋନା ଭାଇରସ୍ କିପରି ବ୍ୟବହାର କରେ, ଏହାକୁ କିପରି ରୋକାଯାଇପାରିବ ଏବଂ ଏହାର ଚିକିତ୍ସା କିପରି କରାଯିବ ସେ ନେଇ ଅନେକ ଦେଶର ପ୍ରମାଣ ଆମକୁ ସ୍ପଷ୍ଟ ସୂଚନା ଦେଉଛି। ଏହି ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପକୁ ମାନିବା ପାଇଁ ସେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି। ଗେବ୍ରେସିୟସ୍ କହିଛନ୍ତି, ଏହାକୁ ଏକାଥରକେ ଭଲ କିମ୍ୱା ଶେଷ କରାଯାଇପାରିବ ନାହିଁ। ଏହାକୁ ନିୟନ୍ତ୍ରଣ କରିବା ନେଇ ସବୁ ଦେଶ ନେଉଥିବା ପଦକ୍ଷେପକୁ ଆମେ କଠୋରତାର ସହ ମାନିବାକୁ ପଡିବ, ତେବେ ଯାଇ ଏହି ମହାମାରୀ ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ଆସିପାରିବ।
ଗେବ୍ରେସିୟସ୍ କହିଛନ୍ତି, ଯେ ବର୍ତ୍ତମାନ ବିଶ୍ୱରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ଅର୍ଥନୈତିକ କ୍ଷେତ୍ର ଗଭୀର ଭାବରେ ପ୍ରଭାବିତ ହୋଇଛି ଏହା ସହ ମହାମାରୀ ଚାରିଆଡେ ବ୍ୟାପି ସାରିଲାଣି। ଯେଉଁମାନେ ଅସୁରକ୍ଷିତ ଭାବେ ରହୁଛନ୍ତି, ସେମାନଙ୍କୁ ଏହି ମହାମାରୀ ଖୁବ ଶୀଘ୍ର ଆକ୍ରମଣ କରୁଛି। ବିଶ୍ୱର ଏକ ବୃହତ ଜନସଂଖ୍ୟା ନିୟମିତ, ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାର ଅଭାବକୁ ବର୍ତ୍ତମାନ ଅନୁଭବ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ