ଜଗନ୍ନାଥପ୍ରସାଦ ବ୍ଲକ ରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ଭଳି ମାରାତ୍ମକ ରୋଗ ରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି l ଏହି ଭୂତାଣୁ ମୁହଁ ର ପାଟି, ନାକ ଦେଇ ଯେପରି ଶରୀର ଭିତରକୁ ନପ୍ରବେଶ କରିବ ସେଥିପାଇଁ ସରକାର ଙ୍କ ତରଫରୁ ସମସ୍ତଙ୍କୁ ମୁହଁରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଯାଇଛି l ଏହିପରି ପରିସ୍ଥିତି ରେ କିଛି ଅନୁଷ୍ଠାନ ତରଫରୁ କରୋନା ର ମୁକାବିଲା ପାଇଁ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଉଥିବାବେଳେ, ଆଜି ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମବିକାଶ ତରଫରୁ ମଧ୍ୟ ପଥରଗଣ୍ଡ, ଗାୟଗଣ୍ଡା ଇନ୍ଦିରାକଲୋନୀ, ଖଜୁରୀପଲି, ବରପୋଲି, ଆଦିବାସୀ କଲୋନୀ, କଦଳୀଗଡ଼ ଇତ୍ୟାଦି ଗ୍ରାମରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ