କରୋନା ଯୁଦ୍ଧରେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ସ୍ୱାମୀ

ଗଞ୍ଜାମ,(ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ସଂକ୍ରମଣ ଲାଗି ଲକଡାଉନ ଜାରି ରହିଛି । ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢି ଚାଲିଛି । ଏହାକୁ ରୋକିବା ପାଇଁ ସରକାର ଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ କରୋନା ଯୋଦ୍ଧା ରୂପେ ବିଭିନ୍ନ କାର୍ଯ୍ୟ ରେ ଦୀର୍ଘଦିନ ଧରି ଲାଗିଛନ୍ତି । କରୋନା ଯୁଦ୍ଧରେ ଲୋକଙ୍କ ସହଯୋଗ ପାଇଁ ଏକ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ସ୍ୱାମୀ କାର୍ଯ୍ୟ ରେ ଲାଗିଆସିଛନ୍ତି ।କିଏ ନିଜର ପରିବାରକୁ ଛାଡି ଲୋକଙ୍କ ସେବାରେ, କିଏ ଲାଗିଛି ତ ଆଉ କିଏ ଶିଶୁ କୁ ଛାଡି, ଆଉ କିଏ ନିଜର ପରିବାର , ଶିଶୁ ପିଲାଙ୍କ ଠାରୁ ଦୂରରେ ରହି ଲୋକ ଙ୍କ ସେବାରେ ଲାଗିଛନ୍ତି । ଏହି ଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ବ୍ଳକରେ । ଏହି ବ୍ଳକ ର ରାମଗଡ଼ ପଞ୍ଚାୟତର ପାଲୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନିତା ସାମନ୍ତ ସିଂହାର ମହିଳା ସ୍ୱାସ୍ଥ୍ୟ କର୍ମୀ ରୂପେ କାର୍ଯ୍ୟ ରତ ଥିବାବେଳେ , ତାଙ୍କର ସ୍ୱାମୀ କାହ୍ନୁ ଚରଣ ସାହୁ ଖୋର୍ଦ୍ଧା ଜିଲ୍ଲାର ଗମ୍ଭାରୀ ମୁଣ୍ଡା ସ୍ଥିତ ସରକାରୀ ମେଡିକାଲ ରେ ଆୟୁଷ ଡାକ୍ତର ରୂପେ କାର୍ଯ୍ୟ ରତ । କରୋନା ଯୁଦ୍ଧ ଘୁ ଘୁ ହୋଇ ବଢିଚାଲିବା ଫଳରେ ଏହାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦେକ୍ଷପ ମଧ୍ୟରୁ କୋଭିଡି ୧୯,ଓ ଆୟୁଷଲେସନ ସେଲଟର ଅନ୍ୟତମ । ମହିଳା ସ୍ୱାସ୍ଥ୍ୟ କର୍ମୀ ଅନୀତା ପ୍ରତିଦିନ ଏହିସେଲଟର ବୁଲି ଦେଖିବା ସହ ଗ୍ରାମ ଗ୍ରାମ ବୁଲି ଲୋକ ଙ୍କୁ ଘରୁ ନ ବାହାରିବା, ମାସ୍କ ପିନ୍ଧିବା, ହାତ ଥୋଇବା, ସମଦୂରତା ବଜ଼ାଇ ରଖିବା ନେଇ , ସଚେତନତା କରାଉଛନ୍ତି । ସଂକ୍ରମଣ ର ଭୟ ,ଆଶାଙ୍କ ଦୂର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ସେ ନିଜର ଚାରି ବର୍ଷର ଶିଶୁ କୁ ନିଜର ସମ୍ପର୍କୀୟ ଘରେ ଛାଡ଼ି ଦେଇଛନ୍ତି । କରୋନା ଯୁଦ୍ଧ ଆଗରେ ସେ ନିଜର ପରିବାରକୁ ମଧ୍ୟ ହେ ଜ୍ଞାନ କରିଛନ୍ତି । ଯେଉଁ ସମୟରେ ମା ପାଖରେ ଶିଶୁର ଆବଶ୍ୟକତା ରହିଥାଏ, ସେ ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସେ ତାକୁ ଛାଡି ସମାଜ କାମରେ ନିଜକୁ ନିୟୋଜିତ କରିଛନ୍ତି । ସେହିପରି ତାଙ୍କ ସ୍ୱାମୀ ଡାକ୍ତର କାହ୍ନୁ ମଧ୍ୟ ଗମ୍ଭୀରିମୁଣ୍ଡା ସରକାରୀ ମେଡ଼ିକାଲ ରେ କାର୍ଯ୍ୟ ରତ ଥିବା ବେଳେ ଉଭେୟ ଲକଡାଉନ ଠାରୁ ଯିଏ ଯାହାର କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ରତ ଥିବା ବେଳେ, ସେମାନେ ଲୋକଙ୍କ ପାଇଁ ଆମେ ଅଛୁ ଆପଣ ମାନେ ସୁରକ୍ଷିତ ରୁହନ୍ତୁ , ସଚେତନ ହୁଅନ୍ତୁ, ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି । ଏହା ଜଣାପଡିବା ପରେ ବିଭିନ୍ନ ମହଲରୁ ପ୍ରଶଂସା ର ଚୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ