ଆଦାନୀ ସୌରଶକ୍ତିର ସର୍ବଶ୍ରେଷ୍ଠ ପିଭିଏଲ୍ ଯୋଗ୍ୟତା ହାସଲ
ନୂଆଦିଳ୍ଲୀ, (ଏଜେନ୍ସି): ଆଦାନୀ ସୌରଶକ୍ତି (ମୁନ୍ଦ୍ରା ସୌର ପି.ଭି. ଲିମିଟେଡ଼୍), ବିଶ୍ୱର ଅଗ୍ରଗଣ୍ୟ ପିଭିଏଲ୍ ଗବେଷଣା ଗାର (ଆମେରିକା) ଦ୍ୱାରା ଦ୍ୱିତୀୟ ଥର ପାଇଁ ୨୦୧୯ରେ ସୌରଶକ୍ତିର ସର୍ବଶ୍ରେଷ୍ଠ ଯୋଗ୍ୟତା ହାସଲ କରିଛି । ପିଭିଏଲ୍ ୫ମ ବାର୍ଷିକ ସଂସ୍କରଣରେ ପିଭି ମୋଡୁଲ ଉତ୍ପାଦମାନ ଯୋଗ୍ୟତା ପରିକ୍ଷାରେ ଆଦାନୀ ସର୍ବଶ୍ରେଷ୍ଠ ମାନ ପ୍ରଦାନ ଓ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ ହୋଇପାରିଛି । ଆଦାନୀ ସୌରଶକ୍ତିର ଉତ୍ପାଦଗୁଡିକ ନ୍ୟୁନତମ ଶକ୍ତି ଖର୍ଚ୍ଚରେ ଅଧିକ ସେବା ଯୋଗାଇ ଦେବାରେ ସକ୍ଷମ, ବିଶ୍ୱରେ ଏକ ଅଦ୍ୱୀତିୟ ସଂସ୍ଥା ଭାବେ ସ୍ୱୀକୃତି ଲାଭ କରିଛି । ଆଦାନୀ ସୌରଶକ୍ତିର ମୁଖ୍ୟ ପ୍ରଶାସକ ରମେଶ ନୟାର୍ଙ୍କ ଅନୁସାରେ ଆଦାନୀର ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା, ବିଶ୍ୱସ୍ତତା, ସ୍ଥାୟୀତ୍ୱ ଓ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଦକ୍ଷତା ଉପରେ ଗୁରତ୍ୱ ଦେବା ସହିତ ନୂଆ ପ୍ରଣାଳୀ ଆବିଷ୍କାର କରି, ବଜାରରେ ଭିତ୍ତିଭୁମିକୁ ସୁଦୃଢ ଓ ସୁପ୍ରସାରୀ କରିଥାଏ ।


