ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସାରା ଓଡିଶା ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯାଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରରେ ମଧ୍ୟ ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ଭଞ୍ଜନଗର ବାଉଁଶଲୁଣ୍ଡି ଠାରେ ଥିବା ବିଜୁ ସୃତି ସଂଶ୍ଦ ରେ ସକାଳ ସମୟରେ ବିଜେଡି ନେତା ଜିତେନ୍ଦ୍ର କେଶରୀ ଆରୁଖ, ରାଜେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ରହି ସାମାଜିକ ଦୂରତା ରଖି ବିଜୁ ବାବୁଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବା ସହ ବିଜୁ ପଟ୍ଟନାୟକଙ୍କ ସୃତି ଚାରଣ କରିଥିଲେ। ସେହିପରି ସହରର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ବିଜୁ ବାବୁଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବିଜୁବାବୁଙ୍କ ସୃତି ଚାରଣ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ